ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବିବାଦୀୟ ଜମିରେ ପ୍ରଶାସନ ପକ୍ଷରୁ ଲାଗିଲା ୧୬୩ ଧାରା

NEWS7
truck-and-bike-accident-in-16-number-highway

କେନ୍ଦ୍ରାପଡ଼ା ୨୧।୧୨ : ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ବିବାଦୀୟ ଜମିରୁ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ଯାହାଫଳରେ ବାଧ୍ୟ ହୋଇ ବିବାଦୀୟ ଜମିରେ ବିଏନଏସ ଧାରା ୧୬୩ ଲାଗୁ କରିଛି ଜିଲ୍ଲା ପ୍ରଶାସନ।

କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗାଁର ଏକ ବିବାଦୀୟ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ଏପିରିକି ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ଯାଏଁ ବି କଥା ଆସିଯାଇଥିଲା । ଦୁଇ ଗୋଷ୍ଠୀ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ଲାଗି ରହିଥିଲା । ଯାହା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲା । ହେଲେ ବିବାଦ ବଢୁଥିବା ଦେଖି ଜିଲ୍ଲା ପ୍ରଶାସନ ବ୍ୟାପକ ଫୋର୍ସ ମୁତୟନ କରିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛି ଜିଲ୍ଲା ପ୍ରଶାସନ ।