ଭଦ୍ରକ: ସ୍ବାମୀଙ୍କୁ ଦୀର୍ଘାୟୁ କାମନ କରି ସ୍ତ୍ରୀ ପାଳିଥାଏ ସାବିତ୍ରୀ ବ୍ରତ। ହେଲେ କିନ୍ନର ମଧ୍ୟ ପାଳନ୍ତି ଏହି ପବିତ୍ର ବ୍ରତକୁ। ଆଉ କାହା ପାଇଁ ନୁହେଁ ବରଂ ନିଜ ଗୁରୁଙ୍କ ପାଇଁ। ଶଙ୍ଖା, ସିନ୍ଦୂର, ଅଳତା ଓ ବ୍ରତ ପିନ୍ଧି ମାଆ ସାବିତ୍ରୀ ଓ ମୁର୍ଗୀ ମାତାଙ୍କ ନିକଟରେ କାମନା କରନ୍ତି ନିଜ ଗୁରୁଙ୍କ ଦୀର୍ଘ ଜୀବନ।
ଏହି କ୍ରମରେ ଭଦ୍ରକ ଚରମ୍ପାଠାରେ କିନ୍ନର ମାନେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ରୀତି ନୀତି ଅନୁସାରେ ଫଳମୂଳ ନେଇ ନୂଆ ଲୁଗା, ଶଙ୍ଖା, ସିନ୍ଦୂର ଓ ଅଳତାକୁ ନେଇ ଠାକୁରଙ୍କ ନିକଟରେ ରଖି ପୂଜା କରିଛନ୍ତି । ସ୍ଥାନୀୟ ପୂଜକ କହିଛନ୍ତି ସାବିତ୍ରୀ ବ୍ରତ ପାଇଁ ସମାନ ପୂଜା ବିଧି କିନ୍ତୁ ଖାଲି ଯାହା ପରମ୍ପରା ଅଲଗା। ଏଠାରେ ଗୁରୁଙ୍କ ପାଇଁ ପାଳନ ହେଉଛି ସାବିତ୍ରୀ ବ୍ରତ । କିନ୍ନରଙ୍କ ଶିଷ୍ୟ ବା ଚେଲାମାନେ ଏକାଠି ହୋଇ ଗୁରୁଙ୍କ ପାଇଁ ବ୍ରତ ରଖନ୍ତି। ନିର୍ଜଳ ଉପବାସ କରି ନୂଆ ଲୁଗା ପିନ୍ଧି ପୂଜାରେ ବସନ୍ତି।