ରାଜଧାନୀରେ ଭୟଙ୍କର ଦୁର୍ଘଟଣା : ଟ୍ରକକୁ ପିଟିଲା କାର୍‌, ଚାଲିଗଲା ଡ୍ରାଇଭର ଜୀବନ

NEWS7
tonnight-8pm-india-will-play-against-brazil-in-fifa-u-17-worldcup-at-kalinga-stadium-bhubneswar

ଭୁବନେଶ୍ୱର ୧୮।୦୧ : ଭୁବନେଶ୍ବର ବାଣୀ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ବଡଗଡ ବ୍ରିଟ କଲୋନୀ ଅଞ୍ଚଳର ରାକେଶ ରୋସନ ଲାଲା। କାର ଭିତରେ ଚିପି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବଡ଼ଗଡ଼ ବ୍ରିଟ୍ କଲୋନୀର ରାକେଶ ରୋସନ ଲାଲା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଶନିବାର ବିଳମ୍ବତି ରାତିରେ ଜଣେ କାର୍ ଚାଳକ ଦ୍ରୁତ ଗତିରେ ବାଣୀବିହାର ଓଭର ବ୍ରିଜ ଦେଇଯାଉଥିଲେ। ଆଗରେ ଯାଉଥିବା ଏକ ଟ୍ରକ୍କୁ ଜୋରଦାର୍ ଧକ୍କା ଦେଇଥିଲେ। ଫଳରେ କାର୍ ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଥିଲା। କାର୍ ଚାଳକ ଜଣ ଭିତରେ ଚାପିହୋଇ ଜୀବନ ଚାଲିଯାଇଥିଲା ।ଘଟଣାସ୍ଥଳରେ ଶହୀଦ ନଗର ପୋଲିସ ପହଞ୍ଚି କାର୍ ଭିତରୁ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡିଛି। ପରେ କାରକୁ କ୍ରେନ୍ ସହାୟତାରେ ଉଦ୍ଧାର କରାଯାଇଥିଲା।