ମନ୍ଦିରମାନଙ୍କରେ ଅଣ ହିନ୍ଦୁଙ୍କ ପ୍ରବେଶ ନିଷିଦ୍ଧ ପାଇଁ ଆବେଦନ କେରଳ ହାଇକୋର୍ଟରେ ଖାରଜ

NEWS7
todays-prediction-445

ତିରୁଅନନ୍ତପୁରମ ୯।୨: ପଥନମଥିଟ୍ଟା ଜିଲ୍ଲାସ୍ଥିତ ଅଡୂର ଶ୍ରୀ ପ୍ରାର୍ଥସାରଥୀ ମନ୍ଦିରରେ ଦୁଇ ଇସାୟୀ ପାଦ୍ରୀଙ୍କ ୨୦୨୩ ମସିହାରେ ହିନ୍ଦୁ ମନ୍ଦିର ପ୍ରବେଶକୁ ନେଇ ରୁଜୁ ପିଟିନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଆବେଦନକୁ କୋର୍ଟ ଖାରଜ କରି କହିଛନ୍ତି ଯେ ଆଇନ, ନିୟମ ଓ ନିୟାମକ ଜାତି ଅଥବା ସମୂଦାୟ ମଧ୍ୟରେ ଝଗଡା ଉପୁଜାଇବାର ମାଧ୍ୟମ ନ ହେଉ, ବରଂ ଏହା ଧର୍ମ ଓ ଜାତିକୁ ଯୋଡିବାର ଜରିଆ ହେଉ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କେରଳ ହିନ୍ଦୁ ପୂଜାସ୍ଥଳ ପ୍ରବେଶ ଅଧିକାର ଅଧିନିୟମ ୧୯୬୫ ଉଲ୍ଲଂଘନ ବିରୋଧରେ ଏହି ପିଟିସନ ଦାୟର ହୋଇଥିଲା। କୋର୍ଟ କହିଛନ୍ତି ଯେ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ନିମନ୍ତ୍ରିତ ଅତିଥି ଭାବେ ମନ୍ଦିରକୁ ଆମନ୍ତ୍ରିତ କରାଯାଇଥିଲା। ଯାହା ଅଧିକାର ରୂପେ ପ୍ରବେଶ କରିବା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସନିଲ ନାରାୟଣନ ନମ୍ବୁଥିରିଙ୍କ ଆବେଦନରେ ତ୍ରାଭାଣକୋର ଦେବସୋମ ବୋର୍ଡ (ଟିଡିବି) ଓ ମନ୍ଦିର ଅଧିକାରୀଙ୍କୁ ଶ୍ରୀ ପାର୍ଥସାରଥୀ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ରୋକିବାକୁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା।

ତେବେ ହାଇକୋର୍ଟ ଙ୍କ ବିଚାରପତି ଜଷ୍ଟିସ ରାଜା ବିଜୟ ରାଘବ ଭି ଓ ଜଷ୍ଟିସ୍ ଭି.ଜୟକୁମାରଙ୍କ ବେଞ୍ଚ କହିଛନ୍ତି ଯେ ମା, ପିତା, ଶିକ୍ଷକ ଓ ଅତିଥି ଭଗବାନଙ୍କ ସହ ସମାନ ଓ ସେମାନଙ୍କ ସହ ଆଦର ଓ ସମ୍ମାନର ସହ ଆଚରଣ କରାଯିବା ଦରକାର। ବେଞ୍ଚ କହିଛନ୍ତି ଆମନ୍ତ୍ରଣ ଏବଂ ଔପଚାରିକ ପ୍ରବେଶ କୁ ଆକ୍ଟର ପ୍ରାବଧାନରେ ତିଆରି ହୋଇଥିବା ନିୟମ ଅଥବା ମନ୍ଦିରକୁ ଚଳାଇବା ପାଇଁ ସ୍ଥାପିତ ରିତିରିବାଜ ଓ ପରମ୍ପରାର ଉଲ୍ଲଂଘନ ମନେ କରାଯାଇ ପାରିବନି।

ବେଞ୍ଚ କହିଛନ୍ତି ଯେ କେରଳ ହିନ୍ଦୁ ସାର୍ବଜନିକ ପୂଜାସ୍ଥଳ (ପ୍ରବେଶ ପ୍ରାଧିକରଣ) ଅଧିନିୟମର ଉଦ୍ଦେଶ୍ୟ ସବୁ ହିନ୍ଦୁ ସମ୍ପ୍ରଦାୟ ଓ ବର୍ଗର ଲୋକଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଓ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ଭେଦଭାବ ଦୂର କରିବା ଥିଲା। ତେବେ ନିୟମ ତିଆରି ସମୟରେ ଏକ ନୂଆ ବିଷୟ ଯାହା ଆଇନର ବିଷୟ ନଥିଲା ଏଥିରେ ସାମିଲ ହୋଇ ଯାଇଥିଲା। ନିୟମ ମଧ୍ୟରେ ଥିବା ନିୟମ ୩(ଏ) ବିଶେଷ କରି ଅଣ ହିନ୍ଦୁଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଉଛି। ତେବେ ଆକ୍ଟରେ ଅଣ ହିନ୍ଦୁଙ୍କ ପ୍ରବେଶରେ ରୋକ ଲଗାଇବାର କୌଣସି ବ୍ୟବସ୍ଥା ନଥିବା ହାଇକୋର୍ଟ କହିଛନ୍ତି।