ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ନାଁ, ହେଲେ ଲିଙ୍ଗରାଜରେ ମହିଳାଙ୍କ ଅଙ୍ଗ ପ୍ରଦର୍ଶନ

NEWS7
todays-prediction-165

ଭୁବନେଶ୍ଵର: ବଉଳଗଡ଼ କ୍ଲବ ପକ୍ଷରୁ ଗତକାଲି ଲିଙ୍ଗରାଜ ମନ୍ଦିର ସାମ୍ନା ଭଜନ ମଣ୍ଡପରେ ମହିଳାଙ୍କୁ ନେଇ ଖୋଲା ମଞ୍ଚରେ ବଡି ବିଲଡିଂ କରାଯାଇଥିଲା ।ମନ୍ଦିର ସମ୍ମୁଖରେ ଅଶ୍ଳୀଳତା ଓ ନଗ୍ନତା ପ୍ରଦର୍ଶନୀ ହେଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା କୁ ନିନ୍ଦା। ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ଭଜନ ମଣ୍ଡପରେ ମହିଳା ମାନଙ୍କର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାକୁ ବିରୋଧ କରି ଆଜି ପୁରୁଣା ଭୁବନେଶ୍ୱର ସଚେତନତା ନାଗରିକମାନେ ଏକାଠି ହୋଇ ପ୍ରତିବାଦ କରିଛନ୍ତି।

ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀଵୀମାନେ ଭଜନ ମଣ୍ଡପରେ ଗୋବର ପାଣି ଓ ଗଙ୍ଗା ପାଣି ସିଞ୍ଚି ଶୁଦ୍ଧି କରିବା ସହ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି। ଠାକୁରଙ୍କ ପବିତ୍ର ସ୍ଥାନରେ ଯେଉଁଠାରେ ପ୍ରଭୁ ଲିଙ୍ଗରାଜ ପାଇଁ ଭଜନ କରାଯାଏ ସେହି ସ୍ଥାନରେ ଛୋଟ ଛୋଟ ପୋଷାକ ପିନ୍ଧି ମହିଳା ଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓଡ଼ିଆଙ୍କ ଭାବାବେଗ ଓ ପ୍ରଭୁ ଲିଙ୍ଗରାଜଙ୍କୁ ଅପମାନିତ କରାଯାଇଛି l ମହିଳାଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଏହି ସ୍ଥାନକୁ ଅପବିତ୍ର କରିଦେଇଛି ଯାହାକୁ ନେଇ ପୁରୁଣା ଭୁବନେଶ୍ଵର ନାଗରିକ ମଞ୍ଚ ଗୋବର ପାଣି ଛିଞ୍ଚି ସ୍ଥାନକୁ ପବିତ୍ର କରିବା ସହ ଏହାକୁ ବିରୋଧ କରିଛନ୍ତି l

ସେ କହିଛନ୍ତି ଏନେଇ ପ୍ରଶାସନ ଏବଂ ଏକାର୍ମ ବିଧାୟକ ବାବୁ ସିଂ ଦାୟୀ। ଯଦି ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ବାବୁ ସିଂ ବିରୋଧ କରୁଛନ୍ତି ତେବେ ଏଇଟା ତାଙ୍କ ନିର୍ବାଚନ ମଣ୍ଡଳୀ ଏଠାରେ କାହିଁକି ମହିଳା ମାନେ ଅଙ୍ଗ ପ୍ରଦର୍ଶନ କରିବେ ଏବଂ ବାବୁ ସିଂ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ଏକାମ୍ର ବିଧାୟକ ବାବୁ ସିଂ ଓ ଅଶ୍ଳୀଳତା ଓ ନଗ୍ନତାକୁ ବିରୋଧ କରୁଥିବା ଏକାମ୍ର ବିଧାୟକ ବାବୁ ସିଂ ଏହାକୁ କିପରି ପ୍ରଶ୍ରୟ ଦେଲେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଆଗମୀ ଦିନରେ ଏକାମ୍ର କ୍ଷେତ୍ରରେ ଏଭଳି ଅଶ୍ଳୀଳତା ଓ ନଗ୍ନତା ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ। ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।