ଅନ୍ନଦାତା ଦେଶ ଚଳାଉଛନ୍ତି, ତାଙ୍କୁ କେମିତି ନକଲି କହୁଛନ୍ତି ସରକାର

NEWS7
tiktok-user-of-ahmedabad-get-married-and-now-husband-wants-talaq

ଭୁବନେଶ୍ବର ୮।୨: ଚାଷୀଙ୍କୁ ନକଲି କହି ଅନ୍ନଦାତାଙ୍କୁ ଅପମାନ କରୁଛନ୍ତି ସରକାର, ଏହା ବଡ଼ ଅପରାଧ ଓ ନିନ୍ଦନୀୟ ବୋଲି କଂଗ୍ରେସ ବିଧାୟକ ନୀଳ ମାଧବ ହିକକା କହିଛନ୍ତି । ମଣ୍ଡିରେ ଧାନ ପଡିଛି, ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ । ଅନ୍ନଦାତା ଦେଶ ଚଳାଉଛନ୍ତି । ତାଙ୍କୁ କେମିତି ନକଲି କହୁଛନ୍ତି ସରକାର ? ସରକାର କ’ଣ ଯାଞ୍ଚ କରିଛନ୍ତି । ୩୧୦୦ ଟଙ୍କାରେ ଧାନ କିଣିବାର ମିଛ କହିଲେ ମିଛୁଆ ସରକାର । କାହିଁକି ବାହାସ୍ପଟ ମାରୁଥିଲେ ? ମଣ୍ଡିରେ ଧାନ ପଡିଛି, ସମାଧାନ ନ ହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି

ସେପଟେ, ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସରକାର ଏକ ମିଛ ଚାଷୀଙ୍କ ତାଲିକା ଦିଅନ୍ତୁ । ପ୍ରକୃତ ଚାଷୀଙ୍କ ତାଲିକା ଦେବାକୁ ସରକାର କୁଣ୍ଠାବୋଧ କରୁଛନ୍ତି ବୋଲି ବିଜେଡି ବିଧାୟକ । ସରକାର ଧାନ କିଣାରେ ବିଫଳ । ଚାଷୀ ଆକ୍ରୋଶର ଶିକାର ହେଲେଣି ସରକାର । ବିଜେପିରେ କେହି ଚାଷୀ ନଥିବେ । ହେଲେ ଛୋଟ ହେଉ କି ବଡ଼ ହେଉ, ରାଜ୍ୟରେ ଚାଷୀ ଅଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ମୋତେ ପାଠ ଦେ, ବୁଦ୍ଧି ଦେ.. ମୋ ବାପା-ମାଆଙ୍କୁ ଭଲରେ ରଖ.. ହୁଣ୍ଡିରୁ ମିଳିଲା ମା’ ତାରାତାରିଣୀଙ୍କ ଉଦ୍ଦେଶ୍ୟରେ କୁନି ଭକ୍ତର ଚିଠି

ସମବାୟ ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି । ଗତବର୍ଷ ସେମାନେ ୫୦୦ କ୍ଵିଣ୍ଟାଲ ଧାନ ବିକିଥିଲେ । ଏଥର କ୍ୟାପ୍ସ ୧୫୦ କ୍ଵିଣ୍ଟାଲ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି । ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ । ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି । ପରବର୍ତ୍ତୀ ସମୟରେ ସେ ଧାନକୁ ଉଠାଯାଉଛି । ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ୧୫ ଦିନ ଟୋକାନ ଅବଧି ବୃଦ୍ଧି କରାଯାଉଛି । ଚଳିତବର୍ଷ ଅଧିକ ଚାଷ ହୋଇଛି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ୍ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।