ଭାରତ-ବାଂଲା କ୍ରିକେଟ୍ ବିବାଦ, ପ୍ରଥମ ତର ପାଇଁ ମୁହଁ ଖୋଲିଲେ ଅଧିନାୟକ ଲିଟନ୍ ଦାସ, କହିଲେ...

NEWS7
tiktok-user-of-ahmedabad-get-married-and-now-husband-wants-talaq

ଢାକା,୧|୦୧ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତତା ବଢୁଛି । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଏହା ପହଁଚି ସାରିଛି । ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ବାଂଲାଦେଶ କ୍ରିକେଟ ବୋର୍ଡ । ଭାରତରେ ଟି୨୦ବିଶ୍ୱକପ୍ ଖେଳିବନି ବୋଲି ଧମକ ଦେଉଛି । ଏହାମଧ୍ୟରେ ସାମ୍ନାକୁ ଆସିଛି ବାଂଲାଦେଶ କ୍ରିକେଟ୍ ଟିମ୍ ଅଧିନାୟକ ଲିଟନ ଦାସଙ୍କ ପ୍ରତିକ୍ରିୟା ।

ବିସିସିଆଇ ଏବଂ ବିସିବି ମଧ୍ୟରେ ଲାଗିଥିବା ଦ୍ୱନ୍ଦ୍ୱକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ଲିଟନ୍ । ସେ କହିଛନ୍ତି ଯେ, ଏହା ଉପରେ ପ୍ରତିକ୍ରିୟା ଦେବା ତାଙ୍କ ପାଇଁ ସୁରକ୍ଷିତ ନୁହେଁ । ଏହାସହ ଏବେବି ଦଳ ଭାରତରେ ଖେଳିବ ନା ନାହିଁ ସେନେଇ ଅନିଶ୍ଚିତତା ଲାଗି ରହିଥିବା ନେଇ ସେ ସଙ୍କେତ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ସାରା ଦେଶ ଏ ପ୍ରସଙ୍ଗରେ କିଛି ସ୍ପଷ୍ଟତା ପାଇନାହିଁ । ଏହାବାଦ୍ସେ ଆଉ କିଛି କହିଲେ ଠିକ୍ ହେବନାହିଁ ବୋଲି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ମୁସ୍ତାଫିଜୁରଙ୍କୁ ସୁରକ୍ଷା କାରଣ ଦର୍ଶାଇ ଆଇପିଏଲରୁ ଆଉଟ୍ କରାଯାଇଥିଲା । ଯାହାପରେ ବିସିବି ଭାରତର ପଦକ୍ଷେପକୁ ନିନ୍ଦା କରିଥିଲା । ଲଗାତାର ଭାବେ ପଡୋଶୀ ଦେଶରେ ହିନ୍ଦୁଙ୍କୁ ହତ୍ୟା ଏବଂ ଅତ୍ୟାଚାର ବଢୁଥିବାରୁ ଆଇପିଏଲ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଥିଲେ । ଯାହାକୁ ନେଇ ଭାରତରେ ଆୟୋଜିତ ହେବାକୁ ଥିବା ଟି୨୦ବିଶ୍ୱକପ ଖେଳିବନି ବୋଲି ବାରମ୍ବାର ଧମକ ଦେଉଛି ପଡୋଶୀ ଦେଶ । ତା ବଦଳରେ ଟୁର୍ଣ୍ଣାମେଣ୍ଟରେ ସ୍କଟଲ୍ୟାଣ୍ଡ ସାମିଲ ହେବା ନେଇ ମଧ୍ୟ ଖବର ଆସୁଛି ।

ଯାହାକୁ ନେଇ ବାଂଲା ସରକାରଙ୍କ କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ କହିଥିଲେ ଯେ, ସ୍କଟଲ୍ୟାଣ୍ଡ୍ ଖେଳିବ ନା ନାହିଁ ତାହା ସେ ଜାଣି ନାହାଁନ୍ତି । କୌଣସି ପରିସ୍ଥିତିରେ ତାଙ୍କ ଦେଶର ଖେଳାଳି ଭାରତ ଯିବେ ନାହିଁ । ଆଇସିସି ବିସିସିଆଇ ଚାପରେ କିଛି କଟକଣା ଲଗାଇଲେ ସେ ଏହାକୁ ମାନିବେ ନାହିଁ । ପୂର୍ବରୁ ପାକିସ୍ତାନ ଭାରତ ଗସ୍ତ କରିନଥିଲା । ଫଳରେ ଆଇସିସି ଭେନ୍ୟୁରେ ପରିବର୍ତ୍ତନ କରିଥିଲା । ବାଂଲାଦେଶର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ କରାଯାଉ ବୋଲି ସେ ଦାବି କରି ଆସୁଛନ୍ତି ।