ନୂଆଦିଲ୍ଲୀ: ଚୀନର ସର୍ଟ ଭିଡିଓ ଆପ୍ଲିକେସନ ଟିକଟକ୍ ଉପରେ ନଜର ଏକ୍ସ ସିଇଓ ଏଲନ ମସ୍କଙ୍କ ନଜର । ଆଗକୁ ଆମେରିକାରୁ ଟିକଟକର ପରିଚାଳନା ନେଇ ଅନୁମାନ କରାଯାଉଛି । ଏନଲ ମାସ୍କ ଏହି ଚାଇନିଜ୍ ସର୍ଟ ଭିଡିଓ ଆପର କ୍ରେତା ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଲଗାଯାଉଛି । ମାତ୍ର ସେ ସିଧାସଳଖ ଭାବେ ଏହାକୁ ଖାରଜ୍ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ବୋଲି ଏଲନ ମସ୍କ କହିଛନ୍ତି ।
ସୋମବାର ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି, ଚୀନ୍ ଅଧିକାରୀମାନେ ଟିକ୍ଟକ୍ ଆମେରିକୀୟ ଅଂଶଧନକୁ ଏଲନ ମସ୍କଙ୍କୁ ବିକ୍ରି କରିବା ନେଇ ଆଲୋଚନା କରୁଛନ୍ତି। ଯେତେବେଳେ ଆମେରିକାରେ ଟିକ୍ଟକ୍ ଉପରେ ସମ୍ଭାବ୍ୟ ପ୍ରତିବନ୍ଧକ ଲାଗିବ, ସେତେବେଳେ ଏହି ପରିସ୍ଥିତି ସୃଷ୍ଟି ହେବ । ଏହି ପ୍ରସ୍ତାବ ଅନୁଯାୟୀ, ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଟିକଟକ୍ ଆପ୍କୁ ନିୟନ୍ତ୍ରଣକୁ ନେଇପାରେ । ଆମେରିକାରେ ଟିକଟକ୍ର ୧୭୦ ନିୟୁତ ୟୁଜର୍ସ ରହିଛନ୍ତି । ଏମାନଙ୍କୁ ‘ଏକ୍ସ’ର ବିଜ୍ଞାପନ ଭିତ୍ତିଭୂମି ସହିତ ସଂଯୁକ୍ତ କରାଯାଇପାରିବ । ଏହି ଡିଲ୍ ୪୦ରୁ ୫୦ ଆରବ ଡଲାରରେ ହୋଇପାରେ ବୋଲି କୁହାଯାଉଛି ।...