ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ... ପୂର୍ବତନ କ୍ରିକେଟରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଏକ୍ସ ଓ୍ବାଇଫ୍

NEWS7
thursday-horoscope-gurubar

ଇସଲମାବାଦ: ପାକିସ୍ତାନ କ୍ରିକେଟରେ ଏକ ବଡ଼ ବିବାଦ ଦେଖାଦେଇଛି । ପୂର୍ବତନ ଅଲରାଉଣ୍ଡର ଇମାଦ ୱାସିମଙ୍କ ବିରୋଧରେ ତାଙ୍କ ପୂର୍ବତନ ପତ୍ନୀ ସାନିଆ ଅସଫାକ ଅଭିଯୋଗ ଆଣିଛନ୍ତି। ସାନିଆ ଦାବି କରିଛନ୍ତି ଯେ, ତାଙ୍କୁ ଡିସେମ୍ବର ୨୦୨୩ ରେ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା ।ଏହାକୁ ସେ ‘ହତ୍ୟା’ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପାଖରେ ଏ ସମ୍ପର୍କରେ ପ୍ରମାଣ ଅଛି । ଯେଉଁଥିରେ ଭିଡିଓ ଏବଂ ହ୍ୱାଟସଆପ୍ ଚାଟ୍ ମଧ୍ୟ ଅନ୍ତର୍ଭୁକ୍ତ।

ସାନିଆ ଅସଫାକ ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ, ସେ ଲାହୋରରେ ଗର୍ଭପାତ କରିଥିଲେ । ଏଭଳି କଷ୍ଟ ସମୟରେ ତାଙ୍କୁ କେହି ସହାୟତା କରିନଥିଲେ । ସେ ଯେତେବେ କହିବାକୁ ଚେଷ୍ଟା କରିଥିଲେ, ତାଙ୍କୁ ଚୁପ୍ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ସାନିଆ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଠାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ସେ ସିଧାସଳଖ ଇମାଦ ୱାସିମଙ୍କୁ ‘ହତ୍ୟାକାରୀ’ ବୋଲି କହିଛନ୍ତି। ସାନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଇମାଦ ତାଙ୍କୁ ଡିସେମ୍ବର ୨୦୨୩ ରେ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କ ପାଖରେ ଏହି ଘଟଣାର ଏକ ଭିଡିଓ ଅଛି। ସେ ଇସଲାମାବାଦ ୟୁନାଇଟେଡ୍ ଦ୍ୱାରା ପିଏସଏଲ ନିଲାମରେ ଇମାଦ ୱାସିମଙ୍କୁ ସାମିଲ କରାଯିବା ଉପରେ ପ୍ରଶ୍ନ ଉଠାଇଥିଲେ । ତାଙ୍କୁ ବୟକଟ କରିବାକୁ ଆହ୍ୱାନ ଦେଇଥିଲେ।

ସାନିଆ କହିଛନ୍ତି ଯେ, ତାଙ୍କ ଗର୍ଭାବସ୍ଥାରେ ସେ ମାନସିକ ଏବଂ ଶାରୀରିକ ଆଘାତ ପାଇଥିଲେ। ଏହି କଷ୍ଟକର ସମୟରେ ଇମାଦ କୌଣସି ସମର୍ଥନ ଦେଇ ନଥିଲେ। ସାନିଆ ଯେତେବେଳେ ସେ ତାଙ୍କ ସହିତ ଯୋଗାଯୋଗ କରିଥିଲେ ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା। ସାନିଆ କହିଛନ୍ତି ଯେ, ତାଙ୍କ ପିଲାମାନଙ୍କୁ ନ୍ୟାୟ ଦେବା ପାଇଁ ସାହସର ସହିତ ସେ ଏହି ଭିଡିଓ ରେକର୍ଡ କରିଥିଲେ।