ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗତିକୃଷ୍ଣ ମିଶ୍ରଙ୍କ ଜୀବନ କାହାଣୀ ନେଇ ପୁସ୍ତକ, 'ଲୋଟସ୍ ଫ୍ରମ୍ ଦ ସ୍ୱାମ୍ପ' ଉନ୍ମୋଚିତ

NEWS7
thunderstone-alert-in-odisha

କଟକ : ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗତିକୃଷ୍ଣ ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ଲେଖା ଯାଇଛି ପୁସ୍ତକ 'ଲୋଟସ୍ ଫ୍ରମ ଦ ସ୍ୱାମ୍ପ' ଉନ୍ମୋଚିତ। ରେଭେନ୍ସା ସେଭେନ ପିଲାର ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଆଲୋକ ଆର୍ଦ୍ଧେ ଏହି ପୁସ୍ତକ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ବହିର ଲେଖକ ତଥା ଜଷ୍ଟିସ ଗତିକୃଷ୍ଣ ମିଶ୍ରଙ୍କ ପୁଅ ବିରଜା ମିଶ୍ର , ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୌର୍ଯ୍ୟକାନ୍ତ ପାଢୀ, ଲେଖକ ତଥା ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଓ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଜଷ୍ଟିସ ଗତିକୃଷ୍ଣ ମିଶ୍ରଙ୍କ ଜୀବନ ଉପରେ ଆଧାରିତ ଏହି ପୁସ୍ତକ ଅନେକଙ୍କୁ ପ୍ରେରଣା ଯୋଗାଇବ ଓ ତାଙ୍କ ଜୀବନର ଅନେକ ଅକୁହା କଥା ଏହି ପୁସ୍ତକରେ ସ୍ଥାନ ପାଇଛି ବୋଲି ବହିର ଲେଖକ ବିରଜା ମିଶ୍ର କହିଛନ୍ତି।