LIVE TV

EWS ରିଜର୍ଭେସନ କୋଟାରେ MBBS ପାସ୍, ପିଜି ଆଡମିଶନ ପାଇଁ ଦେଉଛନ୍ତି କୋଟି କୋଟି ଟଙ୍କା

NEWS7
three-person-died-after-collision-between-auto-and-truck-in-umerkote

ଫର୍ମ ଫିଲପ ବେଳେ ଗରିବଆଡମିଶନ ବେଳେ ଧନୀ। EWS ରିଜର୍ଭେସନ କୋଟାରେ MBBS ପାସ୍। ଏବେ ପିଜି ଆଡମିଶନ ପାଇଁ ଦେଉଛନ୍ତି କୋଟି କୋଟି ଟଙ୍କା।ଏମାନେ କଣ ସତରେ ଗରିବ?ଯଦି କେହି ପ୍ରକୃତରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ, ତେବେ ଏତେ ମୋଟା ରକମର ଫି’ ବହନ କରିପାରିବେ କିପରି?

ଚଳିତ ବର୍ଷ NEET PG ମେଡିକାଲ ଆଡମିଶନରେ ଯେଉଁ ଚିତ୍ର ଦେଖାଦେଇଛି ତାହା ସମଗ୍ର ରିଜର୍ଭେସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ବର୍ଗର ୧୪୦ରୁ ଅଧିକ ପ୍ରାର୍ଥୀ ମ୍ୟାନେଜମେଣ୍ଟ ଏବଂ NRI କୋଟା ଅଧୀନରେ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ କରିଛନ୍ତି। ଯାହା ଆଡମିଶନର ଫ ବାର୍ଷିକ୨୫ଲକ୍ଷରୁ କୋଟିଟଙ୍କା ମଧ୍ୟରେ। ଏବେ ପ୍ରଶ୍ନ- ଯେଉଁ ଛାତ୍ରମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବୋଲି ଦାବି କରନ୍ତି ଏବଂ EWS କୋଟା ଅଧୀନରେ ଡାକ୍ତରୀ ପରୀକ୍ଷା ପାଇଁ ଆବେଦନ କରନ୍ତି, ସେମାନେ MD ଏବଂ MS ଭଳି ଡିଗ୍ରୀ ପାଇଁ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଦେଇ କିପରି ପଢ଼ନ୍ତି?

ପରିସ୍ଥିତି ଏପରି ଯେ ଅନେକ ପ୍ରାର୍ଥୀEWSସାର୍ଟିଫିକେଟ୍ଦେଇNEET PGପରୀକ୍ଷା ଫର୍ମ ପୂରଣକରନ୍ତି। ଏହାଦ୍ୱାରା ସେମାନେ ରିଜର୍ଭେସନ ସିଟ୍ ପାଇପାରିବେ। କିନ୍ତୁ ଯେତେବେଳେ ସେମାନଙ୍କର ରାଙ୍କ ଖରାପ ଥାଏ, ସେମାନେ ସରକାରୀ ସିଟ୍ ପାଇବାର ସମ୍ଭାବନା କମ୍ ହୋଇଯାଏ। ସେହି ପ୍ରାର୍ଥୀମାନେ ହଠାତ୍ ମ୍ୟାନେଜମେଣ୍ଟ କିମ୍ବା NRI କୋଟା ଅଧୀନରେ ଆଡମିଶନ ପାଇଁ ଚେଷ୍ଟା କରନ୍ତି। ଯେଉଁଠିଫିବାବଦକୁକୋଟି କୋଟି ଟଙ୍କାଦେବାକୁ ପଡେ। ଯଦି କେହି ପ୍ରକୃତରେ ଗରିବ ଥିଲେ, ତେବେ ସେମାନେଏତେ ଅଧିକ ଫିସ୍ ବହନ କରିପାରିବେକିପରି?ଡ୍ୟୁପ୍ଲିକେଟ୍ EWS ସାର୍ଟିଫିକେଟ ହାତେଇ ଏଭଳି କାରନାମା ହୋଇଥିବା ଅଭିଯୋଗ କରିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ଜବାହରଲାଲ ନେହେରୁ ମେଡିକାଲ କଲେଜରେ EWS କାଟାଗୋରୀର ଜଣେ ଛାତ୍ରଙ୍କରNEET PGରାଙ୍କଲକ୍ଷ୧୦ହଜାରତଳେଥିଲା। କିନ୍ତୁ ସେ MD Dermatology ପାଇଁ NRI କୋଟା ଅଧୀନରେ ଏକ ସିଟ୍ ପାଇଛନ୍ତି। ଯାହାରବାର୍ଷିକ ଫିକୋଟି ଟଙ୍କାରୁ ଅଧିକ। ସେହିପରି ୮୪ ହଜାର ରାଙ୍କ ତଳେ ଥିବା ଅନ୍ୟ ଜଣେ ପ୍ରାର୍ଥୀ ପୁଡୁଚେରୀର ବିନାୟକ ମିଶନ୍ସ ମେଡିକାଲ କଲେଜରେ MD ଜେନେରାଲ ମେଡିସିନ୍ ପାଇଁ ସିଟ୍ ପାଇଚନ୍ତି, ଯାହାର ବାର୍ଷିକ ଫି ୫୫ ଲକ୍ଷ ଟଙ୍କା ଥିଲା।

ସନ୍ତୋଷ ମେଡିକାଲ କଲେଜରେ ୩ EWS ପ୍ରାର୍ଥୀ ରେଡିଓଲୋଜି, ଜେନେରାଲ ମେଡିସିନ୍ ଏବଂ ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ PG ସିଟ୍ ପାଇଛନ୍ତି। ଯାହାର ଫି ବାର୍ଷିକ ୫୦ ଲକ୍ଷରୁ ୭୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ସେହିପରି ନଭି ମୁମ୍ବାଇର DY ପାଟିଲ ମେଡିକାଲ କଲେଜରେ ଜେନେରାଲ ମେଡିସିନର ୧୬ଟି ମ୍ୟାନେଜମେଣ୍ଟ ସିଟ୍ ମଧ୍ୟରୁ ଚାରିଟି EWS ଛାତ୍ରମାନେ ପାଇଛନ୍ତି, ଯାହାର ଫି ପ୍ରତିବର୍ଷ ୪୮ ଲକ୍ଷ ଟଙ୍କା। ସେହି କଲେଜର ଅନ୍ୟ ଜଣେ EWS ପ୍ରାର୍ଥୀ ଅର୍ଥୋପେଡିକ୍ସରେ ଏକ ସିଟ୍ ପାଇଥିଲେ, ଯାହାର ଫି ପ୍ରତିବର୍ଷ ୬୨ ଲକ୍ଷ।

ଚଳିତ ବର୍ଷ ଅଗଷ୍ଟରେ ଅନୁଷ୍ଠିତNEET PGପରୀକ୍ଷାରେ.ଲକ୍ଷରୁ ଅଧିକ ପ୍ରାର୍ଥୀରୁ ପ୍ରାୟ.ଲକ୍ଷ ପାସ୍ହୋଇଥିଲେ। ଦେଶବ୍ୟାପୀ ୫୨ ହଜାରରୁ ଅଧିକ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ସିଟ୍ ଉପଲବ୍ଧ ରହିଛି। ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନରେ ପ୍ରାୟ ୨୭ ହଜାର ଛାତ୍ର ସିଟ୍ ପାଇଥିଲେ। କିନ୍ତୁ ଏବେ ସବୁଠାରୁ ବଡ଼ ବିତର୍କ ହେଉଛି ଯେ EWS କାଟାଗୋରି ଅଧୀନରେ ପ୍ରଦାନ କରାଯାଇଥିବା ସଂରକ୍ଷଣ ସଠିକ୍ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ? ଅନେକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେଉଁମାନେ ପ୍ରକୃତରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି। ସେମାନେ ଅଭିଯୋଗ କରିଛନ୍ତି ଯେ କିଛି ପ୍ରାର୍ଥୀନକଲିEWSପ୍ରମାଣପତ୍ରହାସଲ କରୁଛନ୍ତି। ପରେ କୋଟି କୋଟି ଟଙ୍କାରେ ସିଟ୍ କିଣି ନିମ୍ନ ରାଙ୍କିଂରେ ଥାଇବି ଆଡମିଶନର ସୁଯୋଗ ନେଉଛନ୍ତି।

ଏଠି ପ୍ରଶ୍ନ ଯଦି କେହି EWS ବର୍ଗର, ତେବେ ତାଙ୍କ ପାଖରେ ଏତେ ଟଙ୍କା ଆସୁଛି କେଉଁଠୁ? ଏହା ତଦନ୍ତ ସାପେକ୍ଷ ଏବଂ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।