ଭୁବନେଶ୍ୱର ୧୪।୦୯ : ରାଜଧାନୀରେ ଜଣେ ଯୁବତୀ ଗଣଦୁର୍ଷ୍କମର ଶିକାର ହୋଇଛନ୍ତି। ପୀଡ଼ିତାଙ୍କ ପ୍ରେମିକ ମିଥ୍ୟା ବାହାନା କରି ଏକ ଲଜକୁ ଡକାଇ ୨ ବନ୍ଧୁଙ୍କ ସହ ମିଶି ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ପାଇବା ପରେ  ଭୁବନେଶ୍ୱର ମହିଳା ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡର ଚନ୍ଦୁ ଓରଫ ଚନ୍ଦନ କୁମାର ହାତୀ, ସେହି ଗାଁର ପ୍ରସନ୍ନ କୁମାର ଆଚାର୍ଯ୍ୟ ଏବଂ ଜଗତସିଂହପୁର ଥାନା ତୁମ୍ବା ଅଧେଇସା ସାହିର ରାଜେଶ କୁମାର ଦାସ । 

ଖବର ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ୨୩ ବର୍ଷର ଜଣେ ଯୁବତୀଙ୍କର ଚନ୍ଦନ ସହ ଫେସବୁକ୍ ମାଧ୍ୟମରେ ଚିହ୍ନା ପରିଚୟ ହୋଇଥିଲା। ଧୀରେ ଧୀରେ ସେମାନଙ୍କ ସହ ସମ୍ପର୍କ ନିବିଡ଼ ହୋଇଥିଲା ।  ଚନ୍ଦନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଯୋଜନା କରିଥିଲେ। ଚନ୍ଦ୍ରଶେଖରପୁର ପୋଖରାନ ଭିଲେଜରେ ଥିବା ଏକ ଲଜ୍  ତତ୍ତ୍ୱାବଧାରକ ଥିବା ତା'ର ବନ୍ଧୁ ରାଜେଶ ସହିତ ଯୋଗାଯୋଗ କରିଥିଲା । ତା'ର ସହାୟତା ଲୋଡ଼ିଥିଲା। ରାଜେଶ ତାକୁ ଲଜରେ ଏକ ରୁମ୍ ଦେବେ ବୋଲି କହିବା ପରେ ଚନ୍ଦନ ନିଜ ଗାଁର ପ୍ରସନ୍ନକୁ ଧରି ଭୁବନେଶ୍ଵରରେ ପହଞ୍ଚିଥିଲା। ଗତ ୧୦ ତାରିଖରେ ଚନ୍ଦନ ଫଟୋ ସୁଟ୍ କରିବା ବାହାନାରେ ଯୁବତୀଙ୍କୁ ସେହି ଲଜକୁ ଡକାଇଥିଲା। ଯୁବତୀ ଜଣକ ସେଠାରେ ପହଞ୍ଚିବା ପରେ ଚନ୍ଦନ ତାଙ୍କୁ ଲଜର ଏକ ରୁମକୁ ନେଇ ମୃଦୁପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲେ। ଯୁବତୀ ଜଣକ ଶୋଇ ପଡ଼ିବା ପରେ ଚନ୍ଦନ ୨ ବନ୍ଧୁଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଚେତା ଫେରିବା ପରେ ଯୁବତୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସେମାନଙ୍କ କବଳରୁ ଖସି ସେ ଘରକୁ ଚାଲିଆସିଥିଲେ। ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଙ୍କ ବଡ଼ ଭଉଣୀଙ୍କୁ ଜଣାଇଥିଲେ।