IRB ବାରାକରୁ ଗଞ୍ଜେଇ ଜବତ ଘଟଣା : ୩ ଯବାନ ଗିରଫ ପରେ ଚାକିରିରୁ ହେଲେ ବିଦା

Published By : Prameya-News7 Bureau | April 12, 2025 IST

ବୌଦ୍ଧ : ଚାକିରିରୁ ବହିଷ୍କୃତ ହେଲେ ୩ IRB ଯବାନ । ମନମୁଣ୍ଡା IRB ବାରାକରୁ ୧୫ କେଜି ଗଞ୍ଜେଇ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣ ପଞ୍ଚମ IRB ବାଟାଲିୟନର ଯବାନ ଗିରଫ ପରେ ବହିସ୍କୃତ ହୋଇଛନ୍ତି । ଯବାନ ମାନେ ହେଲେ ହାବିଲଦାର କୁନାର ସିଂହ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ୍ ବାର୍ଲା । ଗତ ୨୫ ମାର୍ଚ୍ଚରେ ୩ ଯବାନ ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ନକ୍ସଲଙ୍କ ଗତିବିଧିକୁ ନେଇ ନଜର ରଖିବା ଏବଂ ଗଞ୍ଜେଇ ଚାଲାଣ ଉପରେ ନଜର ରଖିବା ପାଇଁ ପଞ୍ଚମ IRB ବାଟାଲିୟନର ଏକ ପ୍ଲାଟୁନକୁ ମନମୁଣ୍ଡା ଥାନା ପରିସରରେ ଥିବା ବାରାକରେ ନିୟୋଜିତ କରାଯାଇଥିଲା । ତେବେ ଗତ ୨୫ ତାରିଖରେ ବାରାକରେ ବାଟାଲିୟନର ୩ ଜଣ ଯବାନ ଗଞ୍ଜେଇ ରଖିଥିବା ନେଇ ପୋଲିସ ସୂଚନା ପାଇବା ପରେ ସେଠାରେ ଚଢାଉ କରିଥିଲା । ୩ ଜଣ ଯବାନଙ୍କ ନିକଟରୁ ୧୫ କେଜି ୯୩୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାବିଲଦାର କୁନାର ସିଂହ ତାଙ୍କ ନିକଟରୁ ୫ କେଜି, କନେଷ୍ଟବଳ ତ୍ରିଲୋଚନ ରଣାଙ୍କ ନିକଟରୁ ୭ କେଜି ଓ କନେଷ୍ଟବଳ ନିଲମ୍ ବାର୍ଲାଙ୍କ ନିକଟରୁ ୩ କେଜି ଗଞ୍ଜେଇ ଜବତ ହୋଇଥିଲା । ପରବର୍ତ୍ତୀ ସମୟରେ ଏମାନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଶନିବାର ୩ ଜଣ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । 

ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମାମଲାରେ ସଂପୃକ୍ତ ହୋଇ ବହୁ କର୍ମଚାରୀ ଜେଲ୍ ଯାଉଥିବା ବେଳେ ପୋଲିସ କର୍ମଚାରୀ ମାନଙ୍କ ଗଞ୍ଜେଇ ନିଶା ଛାଡୁନାହିଁ । ଯାହାଦ୍ୱାରା କିଛି ପୋଲିସ କର୍ମଚାରୀଙ୍କ ପାଇଁ ସମଗ୍ର ବିଭାଗ ବଦନାମ୍ ହେଉଥିବା ବେଳେ ଅଭିଯୁକ୍ତଙ୍କ ପ୍ରତି ଏଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।

You Can Read:

ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲା : ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ସମେତ ଏବେବି ୪ ଫେରାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.