ଧକ୍କା ଦେଲା ଟ୍ରକ, ଚାଲିଗଲା ବାପା-ମାଆଙ୍କ ସମେତ କୁନି ଝିଅର ଜୀବନ

Published By : Prameya-News7 Bureau | August 06, 2025 IST

ତେଲକୋଇ ୦୬।୦୮ :  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ମୃତକଙ୍କ ମଧ୍ୟରେ ବାପା-ମାଆଙ୍କ ସମତେ ଜଣେ ବର୍ଷକର ଶିଶୁକନ୍ୟା ରହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । 

ଖବର ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଏକ ବାଇକ୍‌ ଯୋଗେ ନିଜ ବର୍ଷକର ଶିଶୁକନ୍ୟାକୁ ନେଇ କେଉଁଆଡ଼େ ଯାଉଥିଲେ । ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ମନ୍ଦିର ନିକଟରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ରେ ଥିବା ତିନି ଜଣ ଛିଟକି ପଡିଥିଲେ । ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକ ତୁରନ୍ତ ତିନି ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା । ମୃତକଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଥିବା ସହ ଜଣେ ବର୍ଷକର ଶିଶୁକନ୍ୟା ରହିଥିବା ଜଣାପଡିଛି ।

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ରାସ୍ତାର ଉଭୟ ପଟରେ ଅନେକ ଗାଡ଼ି ଅଟକି ରହିଛି । ବାକି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.