News7 Logo

ଅଟୋ-କାର୍ ମୁହାଁମୁହିଁ ଧକ୍କା : ୨ ମହିଳାଙ୍କ ସହ ଅଟୋ ଡ୍ରାଇଭର ମୃତ

NEWS7
Accident

ଅନୁଗୋଳ ୬୯: ଅନୁଗୋଳ ଖଣ୍ଡହତା ନିକଟରେ ଅଟୋ ସହ କାର୍ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଟେମ୍ପୋ ଡ୍ରାଇଭର ଏବଂ ୨ ଜଣ ମହିଳା ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଅଟୋଟି ମହିଧରପୁର ପଟରୁ ଆସୁଥିବା ବେଳେ କାର୍‌ଟି ଅନୁଗୋଳରୁ ମହିଧରପୁର ଆଡ଼କୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଖଣ୍ଡହତା ନିକଟରେ ଅଟୋ-କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଫଳରେ ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଛି । ସ୍ଥାନୀୟ ଲୋକ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।