ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଜବାବର କିଛି ମୁଖ୍ୟ ଅଂଶ, କଂଗ୍ରେସ ଓ ଖଡଗେଙ୍କୁ କଟାକ୍ଷ

NEWS7
three-accused-were-arrested-in-robbery-and-gang-rape-case-in-bhubaneswar

ନୂଆଦିଲ୍ଲୀ ୫।୨: ବିରୋଧୀ ଦଳ ସାଂସଦଙ୍କ ହୋ ହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟସଭାରେ ତାଙ୍କର ଭାଷଣ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନଡିଏ ସରକାର ଯାହା ଏକ ଦଶନ୍ଧୀରୁ ଅଧିକ ସମୟ ହେଲା ସରକାରରେ ରହିଛି ଏହି ସମୟକୁ କେବଳ ଅତୀତର ତ୍ରୁଟି ସୁଧାରିବାରେ ବିନଯୋଗ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣରେ ବିରୋଧୀ ଦଳ କକ୍ଷ୍ୟତ୍ୟାଗ କରିଯାଇଛନ୍ତି।

ଖଡଗେଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଖଡଗେ ଜୀଙ୍କ ବୟସକୁ ଦେଖି ଅଧ୍ୟକ୍ଷ ମହୋଦୟ ମୁଁ ଆପଣଙ୍କୁ ନିବେଦନ କରୁଛି ତାଙ୍କୁ ବସି ରହି ସ୍ଲୋଗାନ ଦେବାକୁ ଅନୁମତି ଦିଅନ୍ତୁ, ଯେପରି ତାଙ୍କର କିଛି ଅସୁବିଧା ନ ହୁଏ’। ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣ ଲୋକସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଧନ୍ୟବାଦ ପ୍ରସ୍ତାବ ଉପରେ ତାଙ୍କର ଭାଷଣ ବାତିଲ ହେବାର ଦିନକ ପରେ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଉର୍ଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅତୀତର ତ୍ରୁଟି ସୁଧାରିବାରେ ବ୍ୟତୀତ ହେଉଛି। ସେହି ସମୟରେ ବିଶ୍ୱ ମାନସରେ ଭାରତକୁ ନେଇ ଯେଉଁ ଛବି ଥିଲା ଏହାକୁ ଦୂର କରିବା ବାସ୍ତବିକ କଠିନ, ସେମାନେ ପରିସ୍ଥିତିକୁ ଏତେମାତ୍ରାରେ ବିଗାଡି ଦେଇଥିଲେ ଯେ ଆମର ଦଶ ବର୍ଷ ସେଗୁଡିକୁ ସୁଧାରିବାରେ କଟି ଯାଇଛି।

ଏଣୁ ଆମେ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ନୀତି ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। ଆଜି ଦେଶ ନୀତି ଓ ରଣନୀତିରେ ଶାସିତ ହେଉଛି। ଭାରତ ଉପରେ ବୈଶ୍ୱିକ ବିଶ୍ୱାସ ବଢିଛି ଓ ଆଜିର ବାସ୍ତବିକତା ହେଉଛି ଦେଶ ସୁଧାର ରାସ୍ତାରେ ଆଗେଇ ଚାଲିଛି। ସେ କହିଛନ୍ତି କଂଗ୍ରେସ ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଛି। ଆମ ଦେଶରେ ଏପରି ୧୦ କୋଟି ଚାଷୀ ଅଛନ୍ତି ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଜମି ଅଛି। କଂଗ୍ରେସ କେବେବି ସେମାନଙ୍କ ପରୱା କରିନି, ହେଲେ ଆମେ ସେମାନଙ୍କ ଯନ୍ତ୍ରଣାକୁ ବୁଝିଲୁ ଓ ପ୍ରଧାନମନ୍ତ୍ରୀ କିସାନ ଯୋଜନା ହାତକୁ ନେଇଛୁ।

ଭାଷଣରେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମସି) ଉପରେ ବର୍ଷିଛନ୍ତି। କହିଛନ୍ତି ଟିଏମସି ସାଂସଦଙ୍କୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ଅଛି। ଏକ କୃର ସରକାର ପତନର ପ୍ରତ୍ୟେକ ପର୍ଯ୍ୟାୟରେ ନୂଆ ରେକର୍ଡ କରୁଛି, ହେଲେ ଆମକୁ ଉପଦେଶ ଦେଉଛି। ରାଜ୍ୟ ଶାସନରେ ରହିବା ଛଡା ଏହି ଦଳର ଆଉ କୌଣସି ଆକାଙକ୍ଷା ନାହିଁ। ସାରା ବିଶ୍ୱରେ ସମୃଦ୍ଧ ଦେଶମାନେ ବିଦେଶୀଙ୍କୁ ବାହାର କରିବାରେ ଲାଗିଛନ୍ତି, ହେଲେ ଦେଶରେ ସେମାନଙ୍କୁ ବାହାର ନ କରିବା ପାଇଁ କୋର୍ଟ ଉପରେ ଚାପ ପକାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଆଜି ଅନେକ ଦେଶଙ୍କ ବିଶ୍ୱସନୀୟ ଭାଗିଦାର ଓ ଆମେ ବିଶ୍ୱ କଲ୍ୟାଣରେ ଆମର ଭୂମିକା ନିର୍ବାହ କରୁଛୁ। ଆଜି ସାରା ବିଶ୍ୱ ଭାରତର ଏହି ଉପଲବ୍ଧିକୁ ନେଇ ଚର୍ଚ୍ଚା କରୁଛି। ଆଜି ବୈଶ୍ୱିକ ଦକ୍ଷିଣ ମଞ୍ଚରେ ଭାରତ ଏକ ମଜଭୁତ ସ୍ୱର ରୂପେ ଉଦୟ ହୋଇଛି। ଭାରତ ଅନେକ ଦେଶଙ୍କ ସହିତ ଭବିଷ୍ୟନ୍ମୁଖି ବାଣିଜ୍ୟ ବୁଝାମଣା କରୁଛି ଗତ କିଛି ଦିନରେ ଆମେ ବିଶ୍ୱର ୯ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଦେଶଙ୍କ ସହ ବାଣିଜ୍ୟ ଚୁକ୍ତି କରିଛୁ। ୨୭ ଦେଶଙ୍କ ସହ ହୋଇଥିବା ବଡ଼ ବୁଝାମଣାରେ ଗୋଟିଏ ୟୁରୋପୀୟ ସଂଘ ସହ ମଧ୍ୟ ହୋଇଛି। ଏହା ଛଡା ନିକଟରେ ଆମେରିକା ସହିତ ମଧ୍ୟ ବାଣିଜ୍ୟ ବୁଝାମଣା ହୋଇଥିବା ବେଳେ ସାରା ବିଶ୍ୱ ଏହାର ପ୍ରଶଂସା କରୁଛି।

ଏକବିଂଶ ଶତାବ୍ଦୀର ପ୍ରଥମ ଚତୁର୍ଥାଂଶ ସମାପ୍ତ ହୋଇ ସାରିଛି। ତେବେ ଏହି ଦ୍ୱିତୀୟ ଚତୁର୍ଥାଂଶ ସେତିକି ନିର୍ଣ୍ଣାୟକ ଯାହା ଗତ ଶତାବ୍ଦୀରେ ଭାରତର ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ଚତୁର୍ଥାଂଶରେ ଥିଲା। ମୁଁ ସ୍ପଷ୍ଟ ରୂପେ ଦେଖି ପାରୁଛି ବିକଶିତ ଭାରତ ନିର୍ମାଣ ଦିଗରେ ଏହି ଦ୍ୱିତୀୟ ଚତୁର୍ଥାଂଶ ସେତିକି ସକ୍ଷମ ହେବ ଯେତିକି ଆମେ ଆଶା କରୁଛୁ।

ଏହା ବି ପଢନ୍ତୁ:-ରାଜ୍ୟସଭାରେ ମୋଦୀ କହିଲେ, ଟ୍ରେଡ୍ ଡିଲକୁ ନେଇ ବିଶ୍ବ ଖୁସି; ବିରୋଧୀଙ୍କ ଓ୍ବାକଆଉଟ୍