ନିଜର ନଗ୍ନ ଫଟୋ ଉଠାଅ , ପରୱାର୍ଡ କର ... ଟାର୍ଗେଟ୍‌ ପୂରା ନହେବାରୁ କର୍ମଚାରୀଙ୍କୁ ଟକ୍ସିକ୍‌ ସଜା ଦେଲେ ବସ୍

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ : ଏକ ଜାପାନୀ କମ୍ପାନୀ ତାର ଟାର୍ଗେଟ୍‌ ପୂରଣ ନହେବାରୁ ନିଜର କର୍ମଚାରୀଙ୍କ ସହ ଘୃଣ୍ୟ କାର୍ଯ୍ୟ କରିଛି। ଅଭିଯୋଗ ଯେ , ଜାପାନୀ କମ୍ପାନୀ ନିୟୋ କର୍ପୋରେସନ ଖରାପ ପ୍ରଦର୍ଶନକୁ ନେଇ କେବଳ ଦରମା କାଟି ନାହିଁ, ବରଂ ୱାର୍କ ପ୍ଲେସ୍‌ରେ କର୍ମଚାରୀଙ୍କ ନଗ୍ନ ଫଟୋ ଉଠାଇବାକୁ ଓ ଏହାକୁ ଫରୱାର୍ଡ କରିବାକୁ ବାଧ୍ୟ କରିଥିଲା। ଏବେ ଏହି ଅଭିଯୋଗର ତଦନ୍ତ କରାଯାଉଛି।

ମାମଲାଟି କଣ –

ବାସ୍ତବରେ, ବିଦ୍ୟୁତ୍ କ୍ଷେତ୍ରର କମ୍ପାନୀ ନିୟୋ କର୍ପୋରେସନ ବିରୁଦ୍ଧରେ ଦାୟର ଏକ ମାମଲାରେ, ୫ଜଣ ପୂର୍ବତନ କର୍ମଚାରୀ ଅନେକ ଗୁରୁତର ଅଭିଯୋଗ ଲଗାଇ ଥିଲେ। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ , ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ ଯେ, କମ୍ପାନୀର ସେଲ୍ସ ମ୍ୟାନେଜମେଣ୍ଟ ତାଙ୍କୁ ନ୍ୟୁଡ୍ ବା ନଗ୍ନ ଫଟୋ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀଙ୍କ କହିବାନୁସାରେ , କୁହାଯାଇ ଥିଲା ଯେ, ଯେବେ ବି ସେ ନିଜର ଡେଲି ସେଲ୍ସ ଟାର୍ଗେଟ୍‌କୁ ପୂରା କରିବାରେ ବିଫଳ ହୁଅନ୍ତି, ତ ତାଙ୍କୁ ନିଜର ନଗ୍ନ ଫଟୋ ଉଠାଇବାକୁ କୁହାଯାଉ ଥିଲା। ଏହାସହ ଫଟୋ ଗୁଡ଼ିକୁ ଅନ୍ୟ କର୍ମଚାରୀଙ୍କ ସହ ସେୟାର କରିବା ପାଇଁ ବାଧ୍ୟ କରାଯାଇ ଥିଲା। 

ପୂର୍ବତନ କର୍ମଚାରୀ ଦାବି କରିଛନ୍ତି ଯେ, ତାଙ୍କର ସିନିୟର କର୍ମଚାରୀ ନିୟମିତ ଭାବେ ସଜା ଭାବେ ତାଙ୍କର ଗୁପ୍ତାଙ୍ଗକୁ ସ୍ପର୍ଶ କରୁଥିଲେ। ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ଯେତେବେଳେ ସେ ଅଭିଯୋଗ କରିବା ପାଇଁ ଶାଖା ପ୍ରବନ୍ଧକଙ୍କୁ ସଂପର୍କ କଲେ , ତାଙ୍କୁ ଥଟ୍ଟା ପରିହାସର ସାମ୍ନା କରିବାକୁ  ପଡ଼ିଲା। ପ୍ରବନ୍ଧକ କଥିତ ଭାବେ କହିଥିଲେ ଯେ, ସମସ୍ତେ ଏହି ସ୍ଥିତି ଦେଇ ଗତି କରିଛନ୍ତି। କର୍ମଚାରୀ କହିଛନ୍ତି ଯେ ଲଗାତାର ଉତ୍ପୀଡ଼ନ ପରେ ସେ ଡିପ୍ରେସନକୁ ଚାଲି ଯାଇଥିଲେ। ରିପୋର୍ଟରେ ୱାର୍କପ୍ଲେସ୍‌ର ମାହୋଲରେ ଓଭରଟାଇମ୍‌ , ମୌଖିକ ଦୁର୍ବ୍ୟବହାର, ଆର୍ଥିକ ଶୋଷଣ ଓ ଶାରୀରିକ ଟର୍ଚର ବିଷୟରେ ସୂଚନା ମିଳିଲା।

କିଛି କର୍ମଚାରୀମାନେ କହିଛନ୍ତି ଯେ, ସେମାନଙ୍କର ସେଲ୍ସ କମିଶନକୁ ମନଇଚ୍ଛା କାଟି ନିଆଯାଇ ଥିଲା। କିଛି ମାମଲାରେ , ତାଙ୍କୁ ନିଜର ବେତନର ଏକ ଭାଗ କମ୍ପାନୀକୁ ଫେରେଇବାକୁ ନିର୍ଦ୍ଦେଶ ଦିଆଯାଇ ଥିଲା। ଏବେ ପୀଡ଼ିତ କର୍ମଚାରୀ ୧୯ ମିଲିୟନ ୟେନ (ପାଖାପାଖି ୧,୩୨ ,୦୦୦ ଆମେରିକୀୟ ଡଲାର)ର ଜୋରିମନା ମାଗୁଛନ୍ତି। ଅଭିଯୋଗର ଗମ୍ଭୀରତା ସତ୍ତ୍ୱେ ନିୟୋ କର୍ପୋରେସନ ଦାବିର ଖଣ୍ଡନ କରିଛନ୍ତି। କମ୍ପାନୀର କହିବାନୁସାରେ , ମୋକଦ୍ଦମାରେ ତଥ୍ୟାତ୍ମକ ତ୍ରୁଟି ଥିଲା।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.