କମଲଙ୍କୁ ବେଙ୍ଗାଲୁରୁ ସିଭିଲ କୋର୍ଟଙ୍କ ନିର୍ଦ୍ଦେଶ, କନ୍ନଡ଼ ଭାଷା-ସଂସ୍କୃତି ଉପରେ ଟିପ୍ପଣୀ ଦେଇପାରିବେନି କମଲ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ ୦୬।୦୭: ଅଭିନେତା କମଲ ହାସନ ଏଣିକି କନ୍ନଡ଼ ଭାଷା ଓ ସଂସ୍କୃତି ବିରୋଧରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ । ବେଙ୍ଗାଲୁରୁର ଏକ ସିଭିଲ୍‌ କୋର୍ଟ ଏଥିଲାଗି ରୋକ୍‌ ଲଗାଇଛନ୍ତି । କନ୍ନଡ଼ ସାହିତ୍ୟ ପରିଷଦ ପକ୍ଷରୁ କୋର୍ଟରେ ଏ ନେଇ ପିଟିସନ ଦାୟର ହୋଇଥିଲା । ଶୁକ୍ରବାର ଦେଇଥିବା ନିଜ ନିର୍ଦ୍ଦେଶରେ ଅଦାଲତ କହିଛନ୍ତି, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମଲ ହାସନ ଏଭଳି କୌଣସି ବୟାନ ଦେଇପାରିବେ ନାହିଁ, ଯାହା କନ୍ନଡ଼ ଭାଷା, ସାହିତ୍ୟ, ସଂସ୍କୃତି ଓ ଭୂମିକୁ ଆଘାତ ପହଞ୍ଚାଉଥିବ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ରେ ହେବ । 

ଏହା ପୂର୍ବରୁ ଜୁନ୍‌ ୧୮ରେ ସୁପ୍ରିମକୋର୍ଟ କହିଥିଲେ କି କମଲ ହାସନଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ନାହିଁ । ମାମଲାରେ କ୍ଷମା ମାଗିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଯେଉଁ ଆଦେଶ ଦେଇଥିଲେ ସେଥିପାଇଁ ସର୍ବୋଚ୍ଚ ଅଦାଲତ ତାଗିଦ କରିଛନ୍ତି। କମଲ ହାସନଙ୍କ ଫିଲ୍ମ କର୍ଣ୍ଣାଟକରେ ମୁକ୍ତିଲାଭ ନ କରାଇବା ସହ ଜଡ଼ିତ ଏକ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିଲେ।

ଉଲ୍ଲେଖଯୋଗ୍ୟ, ମେ ୨୪ରେ ଅଭିନେତା ଜଣକ ଚେନ୍ନାଇରେ ‘ଠଗ୍‌ ଲାଇଫ୍‌’ର ଅଡିଓ ରିଲିଜ ବେଳେ କନ୍ନଡ଼ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ତାମିଲରୁ କନ୍ନଡ଼ର ସୃଷ୍ଟି ହୋଇଥିବା ସେ କହିଥିଲେ । ଏହାପରେ ଅଭିନେତାଙ୍କୁ କର୍ଣ୍ଣାଟକରେ ଲଗାତର ବିରୋଧ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.