ପୁରୀ ପରେ ବାଲେଶ୍ଵରକୁ ମହାନଗର କରିବାକୁ ଦାବି କଲେ ଶାସକ-ବିରୋଧୀ

Published By : Prameya-News7 Bureau | July 05, 2025 IST

ଭୁବନେଶ୍ଵର: ଜୋର ଧରିଲା ମହାନଗର ନିଗମ ରାଜନୀତି। ପୁରୀ ପରେ ଏବେ ବାଲେଶ୍ବରକୁ ମହାନଗର ନିଗମ କରିବାକୁ ଜୋର ଧରିଲାଣି ଦାବି। ବାଲେଶ୍ବର ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଦାବି ଉଠାଇଲେଣି।  ବିଜେଡି କହିଛି ବାଲେଶ୍ବରକୁ ମହାନଗର ନିଗମରେ ପରିଣତ କରିବାକୁ ବହୁ ଆଗରୁ ଦାବି ହୋଇଆସୁଛି। ଅନ୍ୟପଟେ କଂଗ୍ରେସ କହିଛି ବାଲେଶ୍ବରକୁ ଉପେକ୍ଷା କରିଛନ୍ତି ଡବଲ ଇଞ୍ଜିନ ସରକାର। ସେପଟେ ଶାସକ ଦଳ ସଦସ୍ୟ ମଧ୍ୟ ବାଲେଶ୍ବରକୁ ମହାନଗର ନିଗମ କରିବାକୁ ଦାବି କରିଛନ୍ତି। 

ବାଲେଶ୍ବର ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଦାବି ଊଠାଇଲେଣି।  ବିଜେଡି କହିଛି ବାଲେଶ୍ବରକୁ ମହାନଗର ନିଗମରେ ପରିଣତ କରିବାକୁ ବହୁ ଆଗରୁ ଦାବି ହୋଇଆସୁଛି। ବିଜେଡି ସରକାର ସମୟରେ ମଧ୍ୟ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍ୟପଟେ କଂଗ୍ରେସ କହିଛି ବାଲେଶ୍ବରକୁ ଉପେକ୍ଷା କରିଛନ୍ତି ଡବଲ ଇଞ୍ଜିନ ସରକାର। ମଧ୍ୟ ଓଡ଼ିଶାରୁ ଭୁବନେଶ୍ବର, କଟକ ଓ ପୁରୀ ଏବଂ ପଶ୍ଚିମ ଓଡ଼ିଶାରୁ ସମ୍ବଲପୁର ଓ ରାଉରକେଲା ଏବଂ ଦକ୍ଷିଣ ଓଡିଶାରୁ ବ୍ରହ୍ମପୁରକୁ ମହାନଗର ନିଗମ କରାଯାଇଛି।ତେବେ ଉତ୍ତର ଓଡ଼ିଶାକୁ କାହିଁକି ଏତେ ଅବହେଳା ପ୍ରଦର୍ଶନ କରାଯାଉଛି।ବାଲେଶ୍ବର ସଂସ୍କୃତି ଓ ବାଣିଜ୍ୟକ କ୍ଷେତ୍ର ଭାବରେ  ପରିଚିତ। 

କେବଳ ବିରୋଧୀ ନୁହେଁ ଶାସକ ଦଳ ସଦସ୍ୟ ମଧ୍ୟ ବାଲେଶ୍ବରକୁ ମହାନଗର ନିଗମ କରିବାକୁ ଦାବି କରିଛନ୍ତି। ସରକାରୀ ଉପ ମୁଖ୍ୟସଚେତକ ଗୋବିନ୍ଦ ଦାସ କହିଛନ୍ତି  ବାଲେଶ୍ଵରବାସୀଙ୍କର ମଧ୍ୟ ଦାବି ବାଲେଶ୍ଵରକୁ ମହାନଗର ନିଗମ ଭାବେ ଘୋଷଣା କରାଯାଉ। ବାଲେଶ୍ଵରରେ ଭିତ୍ତିଭୂମି ଅଛି। ପ୍ରତିରକ୍ଷା ଓ ଶିଳ୍ପାଞ୍ଚଳ ଦୃଷ୍ଟି କୋଣରୁ ବେଶ ଗୁରୁତ୍ଵପୂର୍ଣ୍ଣ ସ୍ଥାନ। ବିଧାୟକମାନେ ଏକଥା ରଖି ସାରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଏନେଇ ଦାବି କରିବୁ ବୋଲି କହିଛନ୍ତି ଗୋବିନ୍ଦ ଦାସ।

ଗତକାଲି ପୁରୀ ମହାନଗର ନିଗମ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ। ପୁରୀ ନିଗମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀମହାନଗର ନିଗମରେ ପରିଣତ ହେଲେ ରାଜ୍ୟରେ ମହାନଗର ନିଗମ ସଂଖ୍ୟା ୬ରେ ପହଞ୍ଚିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.