Cyber Fraud : ପେଟ୍ରୋଲ ପମ୍ପ୍‌କୁ ଏଜେଣ୍ଟ ପଠାଇ କରୁଥିଲେ କ୍ୟାସ୍ କନଭର୍ଟ, ଧରାପଡ଼ିଗଲା ସାଇବର ଠକଙ୍କ ଚାଲ୍

NEWS7
third-coordination-meeting-for-rath-yatra-begins

  • କ୍ୟାସ୍ କନଭର୍ଟରୁ ଧରାପଡିଲା ଅଭିଯୁକ୍ତ
  • କନଭର୍ଟ ପାଇଁ ମିଳିଛୁ କମିଶନ
  • ଅଭିଯୁକ୍ତ ଗିରଫ, କାର୍ ଜବତ

ଭୁବନେଶ୍ବର ୧୨।୩: ଓଡ଼ିଶା ପୋଲିସ ପକ୍ଷରୁ ସାଇବର ଅପରାଧୀଙ୍କୁ ମାତ୍ ଦେବା ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ‘ସାଇବର କବଚ’ ଅଭିଯାନ । ଏହି ଅଭିଯାନରେ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହ ସାଇବର ଏଜେଣ୍ଟ ମାନଙ୍କୁ ଗିରଫ କରାଯାଉଛି । ତେଣୁ ଏଜେଣ୍ଟ ମାନେ ଟଙ୍କା ଉଠାଣ ପାଇଁ ପେଟ୍ରୋଲ ପମ୍ପକୁ ବାଛିଛନ୍ତି । ପୋଲିସ ମଧ୍ୟ ତଦନ୍ତ କରି ସେମାନଙ୍କୁ ଗିରଫ କରୁଛି । ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଜଣେ ସାଇବର ଏଜେଣ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ନୟାଗଡର ସନ୍ତୋଷ ନାୟକ । ପେଟ୍ରୋଲ ପମ୍ପରେ କ୍ୟାସ୍ କନଭର୍ଟ କରିବା ବେଳେ ଧରାପଡିଥିଲା ସାଇବର ଠକ ।

ଏ ଖବର ବି ପଢ଼ନ୍ତୁ:- ବ୍ୟାଙ୍କ୍ ସିକ୍ୟୁରିଟି ଗାର୍ଡଙ୍କ ଘରେ ଭଡ଼ାରେ ରହୁଥିଲେ କିରାଣୀ, କ'ଣ ପାଇଁ ହେଲା ଏମିତି...

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ କିଶୋର ଚନ୍ଦ୍ର ଜେନାଙ୍କ ଇନଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ଅଞ୍ଚଳରେ ରୁହନ୍ତି । ସେ କ୍ରୀଷ୍ଣା ଫିଲିଂ ଷ୍ଟେସନରେ ଚାକିରି କରନ୍ତି । ଗତ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଭିଯୋଗକାରୀ ପେଟ୍ରୋଲ ପମ୍ପରେ ଡ୍ୟୁଟିରେ ଥିବାବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲେ । ସେ ବ୍ୟକ୍ତି ଜଣକ କହିଥିଲେ ଯେ, ତାଙ୍କ ଭାଇଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ପାଇଁ ତୁରନ୍ତ ଟଙ୍କାର ଆବଶ୍ୟକତା ଅଛି । ସେ ଅଭିଯୋଗକାରୀଙ୍କୁ ଅନୁରୋଧ କରିଥିଲେ ଯେ, ସ୍କାନର ପେମେଣ୍ଟ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪୯,୦୦୦ ଟଙ୍କା ପଠାଯିବ ଏବଂ ସେହି ରାଶିକୁ ସେ ନଗଦ ଆକାରରେ ତାଙ୍କୁ ଦେବେ । ତାଙ୍କ କଥାକୁ ବିଶ୍ୱାସ କରି ଅଭିଯୋଗକାରୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୮,୦୦୦ ଟଙ୍କା ନଗଦ ଉଠାଇ ସେହି ଅଜଣା ବ୍ୟକ୍ତିଙ୍କୁ ଦେଇଥିଲେ । ତାପର ଦିନ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ବ୍ୟାଙ୍କରେ ପଚାରାଉଚରା କରିବା ପରେ ସେ ଜାଣିପାରିଲେ ଯେ ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୪୯,୦୦୦ ଟଙ୍କା ଫ୍ରିଜ୍ କରାଯାଇଛି । ଅଭିଯୋଗକାରୀଙ୍କର ୟୁକୋ ବ୍ୟାଙ୍କ, ଯାଁଳା ଶାଖାରେ ଏକ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ ଅଛି ।

ଏ ଖବର ବି ପଢ଼ନ୍ତୁ:- ଲୋକଙ୍କୁ ଏବେ ଜାଳେଣି ଭାଳେଣି, ରାଜଧାନୀରେ କାଠ ମହଙ୍ଗା, କିଣିବାକୁ ଲାଗିଛି ଲୋକଙ୍କ ଭିଡ଼

ଏ ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ପରେ ଅଭିଯୁକ୍ତ ସନ୍ତୋଷ ନାୟକଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଏବଂ ଏକ କାର୍ ଜବତ କରିଛି ପୋଲିସ । ପଚରାଉଚରା ସମୟରେ ଅଭିଯୁକ୍ତ ସ୍ୱୀକାର କରିଥିଲେ ଯେ, ସେ ଉକ୍ତ କାରର ମାଲିକ ଅଭିଷେକ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏହି କାମ କରିଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କ୍ରୀଷ୍ଣା ଫିଲିଂ ଷ୍ଟେସନକୁ ଯାଇ ତାଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହି ଅଭିନୟ କରି ଅଭିଯୋଗକାରୀଙ୍କୁ ସୂଚନାଦାତାଙ୍କ ମୋବାଇଲ ଫୋନ୍ ପେମେଣ୍ଟ ଆକାଉଣ୍ଟର ସ୍କାନର୍‌କୁ ୪୯,୦୦୦ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ । ପରେ ସେ ଅଭିଯୋଗକାରୀଙ୍କ ଠାରୁ ୪୮,୦୦୦ ଟଙ୍କା ନଗଦ ନେଇ ସେହି ଟଙ୍କା ଅଭିଷେକ ମହାପାତ୍ରଙ୍କୁ ଦେଇଥିଲେ । ଏଥିପାଇଁ ଅଭିଷେକ ମହାପାତ୍ର ତାଙ୍କୁ କମିଶନ ଭାବେ ୧,୦୦୦ ଟଙ୍କା ଦେଇଥିଲେ ।

ଏ ଖବର ବି ପଢ଼ନ୍ତୁ:-​​​​​​​ ଲହୁ ଲୁହାଣ ବଙ୍ଗୀୟ ପର୍ଯ୍ୟଟକ, ସାଙ୍ଗ ମାନଙ୍କୁ ଉଦ୍ଧାର କରିବାକୁ କରୁଥିଲେ ନିବେଦନ

ତଦନ୍ତରୁ ସ୍ପଷ୍ଟ ଯେ, ଅଭିଷେକ ମହାପାତ୍ର ଏକ ସାଇବର ଠକେଇ ନେଟୱାର୍କ ପରିଚାଳନା କରୁଛନ୍ତି । ସେ ଅବୈଧ କାରବାର ପାଇଁ ବବୁଲ ବଳବନ୍ତରାୟଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ, ସନ୍ତୋଷ ନାୟକ କାରବାର କରିବା ସହିତ ନଗଦ ଟଙ୍କା ସଂଗ୍ରହ କରୁଥିଲେ ।