LIVE TV

ବିଜେପି ପକ୍ଷରୁ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା : ମୁଖ୍ୟମନ୍ତ୍ରୀ କହିଲେ- ନୂଆପଡ଼ା ଜିଲ୍ଲାର ବିକାଶର ସାରଥୀ ହେବେ ଜୟ

NEWS7
third-coordination-meeting-for-rath-yatra-begins

ଭୁବନେଶ୍ବର ୧୧ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ନୂଆପଡ଼ାର ବିକାଶଧାରାକୁ ଆହୁରି ଆଗକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ମନମୋହନ ସାମଲ । ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ । ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ ବୋଲି ଢୋଲକିଆ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆପଡ଼ାରେ ଆମର ଅଦ୍ଭୁତପୂର୍ବ ବିଜୟ ହୋଇଛି । ଆଜି ବିଜେପିର ଯେଉଁ ବିଜୟ ହୋଇଛି ସେଥିପାଇଁ ମୁଁ ନୂଆପଡ଼ାବାସୀଙ୍କ ଧନ୍ୟବାଦ ଦେବି । ଗତ ୬ ମାସ ପୂର୍ବରୁ ନୂଆପଡ଼ା ଯାଇଥିଲି ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲା ତାହା ଆଜି ପ୍ରମାଣିତ କରିଛି । ୨୪ ବର୍ଷ ଧରି ଅବହେଳାର ଶିକାର ହୋଇଥିଲା ନୂଆପଡ଼ା । ନୂଆପଡ଼ାବାସୀ ଆଶାବାନ୍ଧି ବସିଥିଲେ କି ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ । ତାହା ଆଜି ନୂଆପଡ଼ାବାସୀ କରାଇଛନ୍ତି । ଯେତେବେଳେ ମୋତେ ସମୟ ମିଳିବ ମୁଁ ନୂଆପଡ଼ା ଯିବି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଆମ ଦଳରେ ବିଜେଡିରୁ ଆସିଥିବା ନେତା ସ୍ଵାଧୀନ ଭାବରେ କାର୍ଯ୍ୟ କରୁଛନ୍ତି । ବିଜେଡିରେ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ କି ଦଳର ଶୀର୍ଷ ନେତୃତ୍ବକୁ ଭେଟି ପାରୁନଥିଲେ । ଯାହାର ଅବସ୍ଥା ବି ଭୋଗୁଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ । ସେ ଯାହା ଚାହୁଁ ଥିଲେ ତାହା ହୋଇପାରିନାହିଁ । ସେସବୁ କାର୍ଯ୍ୟ ପୂରଣ ପାଇଁ ତାଙ୍କ ପରିବାର ବିଜେପିରେ ମିଶିବା ପାଇଁ ନିଷ୍ପତି ନେଲେ ।

ମନମୋହନ ଭାଇଙ୍କ ନେତୃତ୍ୱରେ ବିଜେପିର ଟିମ୍ କାମ କଲେ ପ୍ରଚାର କଲେ, ପରିବାର ପ୍ରତି ସିମ୍ପାଥୀ ଏବଂ ଦଳ ପ୍ରତି ସମର୍ଥନ ଜୟଙ୍କୁ ବିଜୟ କରାଇଲେ । ରାଜୁ ଭାଇ ଚିକିତ୍ସା ସମୟରେ ତାଙ୍କୁ ଫୋନ୍ ନ କରିବା ପ୍ରଚାର ସମୟରେ ବେଇମାନି କରିଥିବା କଥା ବିରୋଧୀ ଦଳ ନେତାଙ୍କ ମୁହଁରୁ କୁହାଇଲେ । ବିଜେଡ଼ି ଦଳ ଜୟଙ୍କ ପରିବାର ପ୍ରତି କୃତଘ୍ନ ହୋଇପଡ଼ିଥିଲେ । କିଏ ପ୍ରାର୍ଥୀ ଚୋରି କରିଛି ଏବଂ ପୂର୍ବ ଇତିହାସ କଥା ଆମେ ତାଙ୍କୁ ମନେ ପକେଇ ଦେଇଥିଲୁ । ତେଣୁ ବେଇମାନି କାମ କିଏ କଲା ତାହା ଆଉ କହିବାକୁ ପଡ଼ିବନି । ସେ ଚାହିଁଲେ ବିଜେପିରେ ମିଶିଲେ, ବେଇମାନି କେବେ କଲେ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ।

ଲୋକମାନେ ତାଙ୍କୁ ଠିକ୍ ଜବାବ ଦେଇଛନ୍ତି । ମୁଁ ତାଙ୍କୁ ଦାୟିତ୍ୱ ଦେଉଛି ନୂଆପଡ଼ା ଜିଲ୍ଲାର ବିକାଶର ସାରଥୀ ହେବେ । ତାଙ୍କ ପରାକାଷ୍ଠା ଦେଖାଇବେ । ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ବିକାଶ ବିକାଶ ବିକାଶ ହିଁ ଏକମାତ୍ର ମୁଦ୍ଦା ହେବ ।