LIVE TV

ବଂଶଧାରା ନଦୀରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି, ଆଗକୁ ଆହୁରି ବଢିବ ଜଳସ୍ତର

NEWS7
these-zodiac-sign-may-suffer-loss-during-maha-shivratri

 ଭୁବନେଶ୍ବର ୩୧୦:  ବଂଶଧାରା ନଦୀରେ ବନ୍ୟା ବନ୍ୟା ସ୍ଥିତି ଯୋଗୁଁ କାଶୀନଗର ଅଞ୍ଚଳ ପ୍ରଭାବିତ । ବଂଶଧାରା ଜଳସ୍ତର ଆଗକୁ ଆହୁରି ବଢିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଇଛି । ୯ ଜିଲ୍ଲାର ୨୭ ବ୍ଲକ୍‌ରେ ୧୦୦ ମି.ମି.ରୁ ସର୍ବାଧିକ ବର୍ଷା ହେଇଛି । ଥୁଆମୂଳ ରାମପୁରରେ ୩୫୨ ମି.ମି. ବର୍ଷା ହୋଇଛି । ବଂଶଧାରା ନଦୀରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।

କାଶୀନଗରରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ବଂଶଧାରାରେ ବନ୍ୟା ଆସିଛି । ବିପଦ ସଂକେତ ୫୪.୬୪ ଥିବା ବେଳେ ଏବେ ଜଳସ୍ତର ୫୫.୨୪ ମିଟରରେ ରହିଛି । ହରଭଙ୍ଗୀ ନଦୀରୁ ପାଣି ଆସିବା ଫଳରେ ପାଣି ଆହୁରି ବଢିବ । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିବା ସହ ସ୍ଥିତି ଉପରେ ନଜର ରଖିଛି । ଅନ୍ୟ କୌଣସି ସ୍ଥାନରେ ନଦୀରେ ବନ୍ୟା ସ୍ଥିତି ନାହିଁ । ଯଦିଓ ୮୯ଟି ବ୍ଲକ୍‌ରେ ୫୦ ମି.ମି.ରୁ ଅଧିକ ବର୍ଷା ହୋଇଛି, ତଥାପି ବନ୍ୟା ସ୍ଥିତି ନାହିଁ । ହୀରାକୁଦରେ ଏବେ ଜଳସ୍ତର ୬୨୮.୬୭ ଫୁଟ ରହିଛି । ୧ ଲକ୍ଷ ୬ ହଜାର କ୍ୟୁସେକ ଜଳ ହୀରାକୁଦକୁ ପ୍ରବେଶ କରୁଛି । ୧ ଲକ୍ଷ ୮୨ ହଜାର କ୍ୟୁସେକ ଜଳ ୯ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ।

ତେଲ ନଦୀରେ ବର୍ଷା ପ୍ରଭାବରେ କିଛି ଜଳସ୍ତର ବୃଦ୍ଧି ପାଇବ କିନ୍ତୁ ବନ୍ୟା ଆଶଙ୍କା ନାହିଁ । ଛତିଶଗଡରେ ଗୁରୁବାର ବର୍ଷା ହୋଇଛି, ଶୁକ୍ରବାର ମଧ୍ୟ ବର୍ଷା ହେବ ।  ହୀରାକୁଦ ରେ ଆଗକୁ ଅଧିକ ଗେଟ୍ ଖୋଲିବ । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିବ । କୋରାପୁଟ, ରାୟଗଡ଼ା, ଗଜପତିରେ ସମସ୍ତ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।