LIVE TV
LIVE TV

Barabati T-20: ରେଡ୍ ପିଚ୍‌ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍

NEWS7
these-hollywood-acttors-wanted-to-act-with-these-6-bollywood-actor

କଟକ: ବାରବାଟୀ ଟି-୨୦ ମୁକାବିଲାକୁ ଆଉ ରହିଲା ସପ୍ତାହେ ସମୟ। ପିଚ୍ଠୁ ନେଇ ଗ୍ୟାଲେରୀ ସବୁ ପ୍ରକାରର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଚାରୋଟି ପିଚ୍ ପ୍ରସ୍ତୁତ କରାଯାଇଛି। ତେଣୁ କେଉଁ ପିଚରେ ମ୍ୟାଚ୍ ଖେଳାଯିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି-୨୦ ମ୍ୟାଚ୍ ରେଡ୍ ପିଚରେ ଖେଳାଯିବ। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାରବାଟୀ ପିଚ୍ କ୍ୟୁରେଟର।

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆଜି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ। ପ୍ରାୟ ଅଢେ଼ଇ ଘଣ୍ଟା ଧରି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବା ସହ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଦୀର୍ଘ ଆଲୋଚନା କରିଥିଲେ। କେଉଁ ପିଚରେ ଟି-ଟ୍ବେଣ୍ଟି ଖେଳ ହେବ ସେ ନେଇ ପିଚ୍ କ୍ୟୁରେଟର ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ। ବାରବାଟୀରେ କଳା ଓ ଲାଲ୍ ମାଟିରେ ମୋଟ ୪ଟି ପିଚ୍ ପ୍ରସ୍ତୁତ ହୋଇଛି। ଲାଲ୍ ମାଟିରେ ତିଆରି ପିଚରେ ଖେଳ ହେଲେ ମ୍ୟାଚ ହାଇସ୍କୋରିଂ ହେବ ଓ ଦର୍ଶକ ବେଶ୍ ଉପଭୋଗ କରିଵେ ବୋଲି କ୍ରିକେଟ ସମୀକ୍ଷକ ମତ ଦେଇଥିଲେ। ଆଉ ଏବେ ପିଚ୍ କ୍ୟୁରେଟର ଲାଲ ମାଟିରେ ତିଆରି ପିଚ୍ ଉପରେ ଖେଳ ହେବ ବୋଲି କହିଛନ୍ତି।

ପିଚ୍ ପ୍ରସ୍ତୁତିରେ ବିସିସିଆଇ କ୍ୟୁରେଟର କିଛି ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିବା ଓସିଏ ପକ୍ଷରୁ କୁହାଯାଇଛି। ମ୍ୟାଚ ହାଇସ୍କୋରିଂ ହେବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଓସିଏ କ୍ୟୁରେଟର କହିଛନ୍ତି। କାକରକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନିଆଯାଉଥିଵା ଓସିଏ କ୍ୟୁରେଟର ସୂଚନା ଦେଇଛନ୍ତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବିସିସିଆଇ କ୍ୟୁରେଟର ବାରବାଟୀରେ ରହି ପିଚ୍ ପ୍ରସ୍ତୁତି ଅନୁଧ୍ୟାନ କରିବେ।

ସୂଚନାଯୋଗ୍ୟ, ଦିନିକିଆ ସିରିଜ୍ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୯ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଚଳିତ ବର୍ଷ ଦ୍ଵିତୀୟ ଥର ବାରବାଟୀକୁ ଦ୍ଵିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାର ସୁଯୋଗ ମିଳିଛି। ତେଣୁ ମ୍ୟାଚ୍ ସଫଳ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି। ​​​​​​​