ଟ୍ରମ୍ପଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଫୋକସରେ ବାଣିଜ୍ୟ ଓ ପ୍ରତିରକ୍ଷା

NEWS7
these-four-batsmen-the-number-one-greatest-claimant-for-the-golden-batt-is-the-big-contender

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ରଣନୈତିକ ସହଭାଗୀତାର ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ନେତା ଦୁଇ ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ସମ୍ପର୍କ ଏବଂ ବିଶ୍ୱ ରାଜନୀତିରେ ଏହାର ଭୂମିକାକୁ ସ୍ୱୀକାର କରିଛନ୍ତି । ଆଲୋଚନାରେ ପ୍ରତିରକ୍ଷା, ଶକ୍ତି, ସୁରକ୍ଷା ଏବଂ ବାଣିଜ୍ୟ ଭଳି କ୍ଷେତ୍ରରେ ସହଯୋଗକୁ ଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି । ମୋଦି ଏବଂ ଟ୍ରମ୍ପ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତା ସମୀକ୍ଷା କରିଛନ୍ତି ଏବଂ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ଶକ୍ତି ଉପରେ କଥା ହୋଇଛନ୍ତି ।

ବାଣିଜ୍ୟ ବିସ୍ତାର ପାଇଁ ଗତି ବଜାୟ ରଖିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧିର ଆବଶ୍ୟକତାକୁ ମଧ୍ୟ ସେମାନେ ପ୍ରାଥମିତା ଦେବା ଉପରେ କଥା ହୋଇଛନ୍ତି । ଆଲୋଚନା ସମୟରେ, ଦୁଇ ନେତା କମ୍ପାକ୍ଟ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

ଦୁଇ ନେତା ଆଞ୍ଚଳିକ ଏବଂ ବିଶ୍ୱ ପରିସ୍ଥିତି ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଛନ୍ତି। ଆଲୋଚନାରେ ବିଶ୍ୱ ସୁରକ୍ଷା, ଆର୍ଥିକ ସ୍ଥିରତା ଏବଂ ସହଯୋଗୀ ଢାଞ୍ଚାକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏକାଠି କାମ କରିବା ଦ୍ୱାରା ଅନେକ ପ୍ରସଙ୍ଗର ପ୍ରଭାବଶାଳୀ ସମାଧାନ ହୋଇପାରିବ। ମୋଦି ଏବଂ ଟ୍ରମ୍ପ ସମାନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ସମନ୍ୱୟ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି । ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଦୁଇ ନେତା ପ୍ରାଥମିକତା ଦେଇଛନ୍ତି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ଦୃଢ଼ ଏବଂ ବିଶ୍ୱାସଯୋଗ୍ୟ ସମ୍ପର୍କ ରହିଛି ।

ଦୁଇ ନେତା ଯୋଗାଯୋଗ ବଜାୟ ରଖିବା ଏବଂ ନିୟମିତ ଆଲୋଚନା ଜାରି ରଖିବାକୁ ଉପରେ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଅନୁସାରେ, ନିରନ୍ତର ଆଲୋଚନା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଉନ୍ନତ କରିବ ଏବଂ ଉଭୟ ଦେଶର ସମାନ ସ୍ୱାର୍ଥକୁ ମଜଭୁତ କରିବ।

 

ଟ୍ରମ୍ପଙ୍କ ସହ କଥା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍ କରିଛନ୍ତି । ସେ ଲେଖିଛନ୍ତି,‘ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମୀକ୍ଷା କରିଛୁ । ଆଞ୍ଚଳିକ ଓ ଆନ୍ତର୍ଜାତୀୟ ବିକାଶ ବିଷୟରେ ଆଲୋଚନା କରିଛୁ। ଭାରତ ଏବଂ ଆମେରିକା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବା ଜାରି ରଖିବେ।’