ଭୁବନେଶ୍ବର ୨୭।୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ କହିଛନ୍ତି, ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ି ୧୦.୨ ମିଟର ଅଛି । ୧୦.୩୬ ମିଟର ବିପଦ ସଂକେତ ଉପରକୁ ଯିବ । ଏହା ୧୧.୪ ମିଟର ରାତି ୯ଟା ସୁଦ୍ଧା ହେବ । କାରଣ ବର୍ଷା ନାହିଁ । ସେହି ସ୍ତରରେ ରହି ତଳକୁ ଖସିବ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ପ୍ରଭାବିତ ହେବ । ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ପରିଚାଳନା କରୁଛନ୍ତି । କ୍ଷେତ୍ରରେ ଅଧିକାରୀ ଅଛନ୍ତି । ଆଖୁଆପଦାରେ ବୈତରଣୀ ୧୮.୫୪ ମିଟର ଅଛି, ଯାହା ଖସୁଛି । ଏହା ବିପଦମୁକ୍ତ ହେବ । ରାଜ୍ୟର କୌଣସି ସ୍ଥାନରେ ଶନିବାର ୫୦ ମିମି ବର୍ଷା ହୋଇନି ।
ହୀରାକୁଦରେ ୬୧୪ ଫୁଟରେ ପାଣି ଅଛି । ୨୦ଟି ଗେଟ୍ ଖୋଲା ଅଛି । ଆଉ ଅଧିକ ଗେଟ୍ ଖୋଲିବ ନାହିଁ । ୫.୧୭ କ୍ୟୁସେକ୍ ଜଳ ହୀରାକୁଦକୁ ପ୍ରବେଶ କରୁଛି । ୧୨୧.୨୬ ମିଟରରେ ବ୍ରାହ୍ମଣୀ ଜଳ ରେଙ୍ଗାଳିରେ ଅଛି । ତିନୋଟି ଗେଟ୍ ଖୋଲା ଅଛି । ଆଉ ଗେଟ୍ ଖୋଲିବ ନାହିଁ । ଇନ୍ଦ୍ରାବତୀ, କୋଲାବ, ମାଛକୁଣ୍ଡରେ ସ୍ଥିତି ଭଲ ଅଛି । ଜଳକାରେ ପାଣି ଖସୁଛି । ଶୀଘ୍ର ଏହା ବିପଦମୁକ୍ତ ହେବ । ମଧ୍ୟମ ଜଳଭଣ୍ଡାର ଗୁଡିକର ସ୍ଥିତି ବି ଭଲ ଅଛି । ଧାମନଗରରେ ସାମାନ୍ୟ କ୍ଷତି ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
You Can Read:
ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର