ମୁମ୍ଵାଇ ୨୭।୦୭; ଗତ କିଛି ଦିନ ହେବ ତାଙ୍କୁ 'ସ୍କାଏ ଫୋର୍ସ' ଅଭିନେତା ବୀର ପହରିଆଙ୍କ ସହ ଦେଖିବାକୁ ମିଳୁଛି। ରିପୋର୍ଟ ଅନୁଯାୟୀ ଉଭୟ ଡେଟ୍ କରୁଛନ୍ତି ବୋଲି ଦାବି କରାଯାଉଛି। ଏବେ ସେମାନଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ତାରା ରାମ୍ପରେ ଚାଲିବା ସମୟରେ ତାଙ୍କ ରୁମର୍ଡ ବୟଫ୍ରେଣ୍ଡ ବୀରଙ୍କୁ ଫ୍ଲାଇଂ କିସ୍ ଦେଉଥିବାର ନଜର ଆସିଥିଲେ। ଏହା ପରେ, ସେମାନଙ୍କ ସମ୍ପର୍କକୁ ନେଇ ଗସିପ ଆରମ୍ଭ ହୋଇଛି ।
୨୯ ବର୍ଷୀୟା ତାରା ଦିଲ୍ଲୀରେ ଇଣ୍ଡିଆ କାଉଚର ୱିକ୍ରେ ରାମ୍ପରେ ଚାଲିଥିଲେ। ଏହି ସମୟରେ ସେ ବୀରଙ୍କୁ ଏକ ଫ୍ଲାଇଂ କିସ୍ ଦେଇଥିଲେ। ପ୍ରଶଂସକମାନେ କହୁଛନ୍ତି ଯେ ତାରା ନିଆରା ଢଙ୍ଗରେ ତାଙ୍କର ପ୍ରେମ ପ୍ରକାଶ କରିଛନ୍ତି। ଭିଡିଓରେ, ତାରା ଏକ ଷ୍ଟ୍ରାପ୍ଲେସ୍ ଗାଉନ୍ ଏବଂ ଫ୍ୟାନ୍ସି ଅଳଙ୍କାର ସହିତ ରାମ୍ପରେ ଚାଲିବାର ନଜର ଆସିଛନ୍ତି। ଆଗ ଧାଡିରେ ବସିଥିବା ବୀର ତାରାଙ୍କୁ ଚିଅର କରୁଥିବାର ଦେଖିବାକୁ ମିଳିଥିଲା। ଚାଲିବା ସମୟରେ ତାରା ଏପରି ଏକ ମୁହୂର୍ତ୍ତ ସୃଷ୍ଟି କରିଥିଲେ ଯେ ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଥିଲେ।
ଏହାର ଗୋଟିଏ ଦିନ ପୂର୍ବରୁ ତାରା ଏବଂ ବୀରଙ୍କୁ ବିମାନବନ୍ଦରରେ ସ୍ପଟ ହୋଇଥିଲେ। ଅର୍ଥାତ୍ ସେମାନେ ଦିଲ୍ଲୀ ଆସିବା ପାଇଁ ଏକାଠି ବାହାରିଥିଲେ। ତାରା ଏବଂ ବୀରଙ୍କ ଡେଟିଂର ଗୁଜବ ପ୍ରଥମେ ସାମ୍ନାକୁ ଆସିଥିଲା ଯେତେବେଳେ ସେମାନଙ୍କୁ ଦୁଇ ମାସ ପୂର୍ବରୁ ଲାଖମେ ଫ୍ୟାଶନ୍ ୱିକ୍ରେ ଏକାଠି ରାମ୍ପରେ ଚାଲିବାର ଦେଖାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ପ୍ରୋଜେକ୍ଟ ପରେ, ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଉଭୟ ପ୍ରେମରେ ପଡ଼ିଥିଲେ।
ଡିନର ଡେଟ୍ରେ ଆସିଥିଲେ ନଜର
ଏତିକି ହିଁ ନୁହେଁ ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର ଡେଟ୍ରେ ଦେଖିବାକୁ ମିଳିଥିଲେ। କିନ୍ତୁ, ସେଠାରୁ ବାହାରିବା ସମୟରେ ସେମାନେ ପାପାରାଜିଙ୍କ ପାଇଁ ଏକାଠି ପୋଜ୍ ଦେବାକୁ ମନା କରିଦେଇଥିଲେ। କିନ୍ତୁ ପ୍ରଶଂସକମାନେ କହିଛନ୍ତି ଯେ ଏବେ ଏହା ଜଣାପଡୁଛି ଯେ ସେମାନେ ଏହାକୁ ଅଫିସିଆଲ କରିବାକୁ ରାଜି ନାହାଁନ୍ତି। କହିବାକୁ ଗଲେ ବୀର ପହରିଆଙ୍କ ନାମ ପୂର୍ବରୁ ସାରା ଅଲି ଖାନଙ୍କ ସହ ଯୋଡା ହୋଇସାରିଛି, ସେପଟେ ତାରା ସୁତାରିଆ ଆଦର ଜୈନଙ୍କୁ ଡେଟ୍ କରିଥିଲେ। କିନ୍ତୁ ଉଭୟଙ୍କ ଏହି ପ୍ରେମ ଜୀବନର ଅଧାରେ ଅଟକିଥିଲା । ପ୍ରଶଂସକମାନେ ଦାବି କରୁଛନ୍ତି ଯେ ସେମାନେ ପୁଣି ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।