ରାମ୍ପରେ ୧୮ କ୍ୟାରେଟ୍ ସୁନାର କର୍ସେଟ ପିନ୍ଧି ଜଲୱା ଦେଖାଇଲେ ତାରା, ଲୁକ୍ ଦେଖି ଫ୍ୟାନ୍ସ ଫିଦା

Published By : Prameya-News7 Bureau | July 27, 2025 IST

ମୁମ୍ଵାଇ ୨୭।୦୭; ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତାରା ସୂତାରିଆ। ବର୍ତ୍ତମାନ ସେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀ ତାରା ସୁତାରିଆ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ କାଉଚର ୱିକ୍ ୨୦୨୫ରେ ନିଜର ଜଲୱା ଦେଖାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଡିଜାଇନର ଈଶା ଜାଜୋଡିଆଙ୍କ ପାଇଁ ଶୋ'ଟପର ସାଜିଥିଲେ। ତାରା ଏକ ସୁନେଲି ରଙ୍ଗର ଗାଉନ୍ ପିନ୍ଧିଥିଲେ, ଯାହାର ମୁଖ୍ୟ ଆକର୍ଷଣ ଥିଲା ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ଏକ କର୍ସେଟ୍। 

ଏହି ଲୁକ୍‌ରେ ସେ କୌଣସି ରାଜକୁମାରୀ ଠାରୁ କମ୍ ଦେଖାଯାଉନଥିଲେ। ଏହି କର୍ସେଟକୁ ତିଆରି କରିବା ପାଇଁ ଚାରି ମାସ ସମୟ ଲାଗିଥିଲା ଏବଂ ଏଥିରେ ମୋତି ମଧ୍ୟ ଯୋଡାହୋଇଛି। ଯାହା ଏହାକୁ ଆହୁରି ଆକର୍ଷଣୀୟ କରିଥିଲା। ଏହି ପୋଷାକଟି ଈଶା ଜାଜୋଡିଆଙ୍କ 'ହ୍ଵିସପର୍ସ ଅଫ୍ ଲଭ୍ ଟୁ ମାଇସେଲ୍ଫ' ନାମକ ସଂଗ୍ରହର ଏକ ଅଂଶ ଥିଲା। 

ତାରାଙ୍କ ଏହି ରାଜକୀୟ ଲୁକକୁ ଏକ ସୁନ୍ଦର ହୀରା ନେକଲେସ୍ ସହିତ ପୂରା କରାଯାଇଥିଲା, ଯେଉଁଥିରେ ୧୮୧୯ଟି ହୀରା ଏବଂ ଦକ୍ଷିଣ ସାଗରର ମୋତି ଲାଗିଥିଲା । ଏହା ୧୮ କ୍ୟାରେଟ୍ ଧଳା ସୁନାରେ ତିଆରି ହୋଇଥିଲା। ରାମ୍ପରେ ଚାଲିବା ବେଳେ ତାରା ନିଜର ପ୍ରେମିକ ବୀର ପହାରିୟାଙ୍କୁ ଏକ ଫ୍ଲାଇଂ କିସ୍ ଦେଇଥିଲେ, ଯାହା ସେହି ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲା । ତାଙ୍କର ଏହି ଅବତାର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.