କମିବ କି ବିଧାୟକଙ୍କ ଦରମା, ପ୍ରସ୍ତାବ ପରେ ପୁନଃ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ

NEWS7
these-5-actresses-are-being-erased-from-bollywood

ଭୁବନେଶ୍ଵର: ବିଧାୟକଙ୍କ ବର୍ଦ୍ଧିତ ଦରମାର ପୁନଃ ବିଚାର ପାଇଁ ପ୍ରକ୍ରିୟା ଆରମ୍ଭ । ବିଜେପି ବିଧାୟକମାନେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିବା ପରେ ଏନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗତ ଶୀତ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି କରିଥିଲେ ସରକାର । ମାସକୁ ଲକ୍ଷେ ବଦଳରେ ୩ ଲକ୍ଷରୁ ଅଧିକ ଦରମା ହୋଇଥିବାରୁ ସାରା ରାଜ୍ୟରେ ଏହାକୁନେଇ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେଣୁ ସରକାର ଏହି ନିଷ୍ପତ୍ତି ଉପରେ ୟୁ-ଟର୍ଣ୍ଣ ନେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି ।

କମିବ କି ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମାବୃଦ୍ଧି ନେଇ ହେବ କି ପୁନର୍ବିଚାର। ବିଧାୟକଙ୍କ ଦରମା ବୃଦ୍ଧି ପରେ ସାରା ରାଜ୍ୟରେ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାର ପୁନଃ ବିଚାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ବିଜେପି ରାଜ୍ୟ କାର୍ଯାଳୟରେ ବିଧାୟକ ଦଳ ବୈଠକରେ ଏନେଇ ଗୁରୁତ୍ବପୂର୍ଣ ଆଲୋଚନା ହୋଇଛି ।ଏହାପରେ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ କହିଛନ୍ତି, ଲୋକମତକୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ଭାବନାକୁ ଗୁରୁତ୍ବ ଦେଇ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁକେଶ ମହାଲିଙ୍ଗ।

ବିଧାୟକଙ୍କ ଦରମା ଓ ଭତ୍ତାବୃଦ୍ଧି ପ୍ରସଙ୍ଗରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚା ଖଟି ପର୍ଯନ୍ତ ରାଜ୍ୟ ସରକାର ସମାଲୋଚନାର ଶୀକାର ହୋଇଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବର୍ଦ୍ଧିତ ଦରମା ନେବେ ନାହିଁ ବୋଲି ମନା କରିଦେଇ ଏହି ଚର୍ଚ୍ଚାକୁ ଆଗକୁ ବଢାଇଥିଲେ । ଅବଶ୍ୟ କିଛି ବିଧାୟକ ବର୍ଦ୍ଧିତ ଦରମାକୁ ସ୍ବାଗତ କରିଥିଲେ । ଏବେ ସରକାରର ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେବା ଖବର ଆସିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।

ବିଜେଡି କହିଛି ବିଧାନସଭାରେ ସର୍ବ୍ ସମ୍ମତି କ୍ରମେ ଦରମା ବୃଦ୍ଦି ବିଲ ପାରିତ ହେବାବେଳେ ବିଜେପି ବିଧାୟକମାନେ କାହିଁକି ଏବିଷୟରେ ଚିନ୍ତା କଲେନାହିଁ। ସମାଲୋଚନା ହେବା ପରେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି । ସେପଟେ କଂଗ୍ରେସ କହିଛି ସରକାର ବୁଝି ବିଚାରି କୈଣସି ନିଷ୍ପତି ନେଉ ନାହାଁନ୍ତି । ଯେଉଁଥିପାଇଁ ସମୋଲୋଚନାର ଶିକାର ହେବାକୁ ପଡୁଛି।

ଶୀତ ଅଧିବେଶନରେ ଡିସେମ୍ବର ୯ ତାରିଖରେ ବିଧାନସଭାରେ ସର୍ବସମ୍ମତି କ୍ରମେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲ୍ ପାରିତ ହୋଇଥିଲା । ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । ଅର୍ଥାତ୍ ଦରମା ପ୍ରାୟ ତିନି ଗୁଣ ବଢ଼ିଥିଲା । ଏହା ସହିତ ପୂର୍ବତନ ବିଧାୟକଙ୍କ ପେନ୍ସନ୍ ରାଶିରେ ମଧ୍ୟ ବୃଦ୍ଧି ଘଟିଥିଲା । ଏହି ନିଷ୍ପତ୍ତି ଉପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।