ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ଛତିଶଗଡ଼ ପହଞ୍ଚି ନକ୍ସଲବାଦ ସମାପ୍ତ କରିବାର ନିଜର ସଂକଳ୍ପକୁ ପୁଣି ଦୋହରାଇଛନ୍ତି। ସେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମାଓବାଦୀଙ୍କ ସହ କୌଣସି ଆଲୋଚନା କରାଯିବ ନାହିଁ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ କରିବାର ଡେଡଲାଇନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଶାହ ସଙ୍କେତ ଦେଇଛନ୍ତି। ନକ୍ସଲବାଦ ବିରୋଧରେ ଅଭିଯାନ ବର୍ଷା ଅର୍ଥାତ ମୌସୁମୀ ସିଜିନରେ ଜାରି ରହିବ।
କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ଛତିଶଗଡ଼ର ନ୍ୟୁ ରାୟପୁର ଅଟଳ ନଗରରେ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ଵ ବିଦ୍ୟାଳୟ ପରିସରରେ ଏକ ଫରେନ୍ସିକ ବିଜ୍ଞାନ ପ୍ରୟୋଗଶାଳର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏଥର ତ ମୌସୁମୀ ଋତୁରେ ବି ମାଓବାଦୀଙ୍କୁ ଶାନ୍ତି ମିଳିବ ନାହିଁ। କାରଣ ସେମାନଙ୍କ ବିରୋଧରେ ଅଭିଯାନ ବର୍ଷାରେ ବି ଜାରି ରହିବ।
Also read: ପହଲଗାମ କାଣ୍ଡରେ ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ୨ ଲୋକାଲ ସପୋର୍ଟର ଗରିଫ, ପଚରା ଉଚରା ଜାରି
ନିଜ ସମ୍ବୋଧନରେ ଶାହ ମାଓବାଦୀଙ୍କୁ କେବଳ ଗୋଟିଏ ବିକଳ୍ପ ଦେଇଛନ୍ତି। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ବିକାଶର ଯାତ୍ରାରେ ସାମିଲ ହେବାକୁ ଅପିଲ୍ କରିଛନ୍ତି। ଏହା ସହିତ ନକ୍ସଲଙ୍କ ସହ କୌଣସି ପ୍ରକାରର ଆଲୋଚନା କରିବାକୁ ମନା କରି ଦେଇଛନ୍ତି। ନକ୍ସଲଙ୍କ ସହ ଆଲୋଚନାର କୌଣସି ଆବଶ୍ୟକତା ନାହିଁ।ନକ୍ସଲ ହତିଆର ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ।
ସେ ନକ୍ସଲଙ୍କୁ ଆତ୍ମ ସମର୍ପଣ କରି ସରକାରଙ୍କ ଆତ୍ମ ସମର୍ପଣ ନୀତିର ଲାଭ ନେବାକୁ ଅପିଲ୍ କରିଛନ୍ତି। ଏମିତି ହେଲେ ମୁଁ ସେମାନଙ୍କୁ ହୃଦୟରୁ ସ୍ଵାଗତ କରିବି। ମୁଁ ସେହି ସମସ୍ତ ଲୋକଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାର ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାକୁ ଯେ କୌଣସି ସ୍ଥିତିରେ ବି ପୂରା କରାଯିବ। ସବୁ ପ୍ରକାରର ସହଯୋଗ ଦେବାକୁ ଚେଷ୍ଟା କରିବୁ।