୨୦୧୪-୧୫ରେ ହୋଇଥିଲା ୧୩୫ଟି ରେଳ ଦୁର୍ଘଟଣା , ଚଳିତ ବର୍ଷ ଏବେସୁଦ୍ଧା କେବଳ ତିନୋଟି : ସଂସଦରେ କହିଲେ ସରକାର

Published By : Prameya-News7 Bureau | July 26, 2025 IST

ନୂଆଦିଲ୍ଲୀ : ଭାରତୀୟ ରେଲୱେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ସମୟାନୁସାରେ ନିଆ ଯାଉଥିବା ସୁରକ୍ଷା ପଦକ୍ଷେପରେ ଟ୍ରେନ୍‌ ଦୁର୍ଘଟଣାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏହି କଥା କହିଛନ୍ତି କେନ୍ଦ୍ର ସରକାର। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାକୁ ଏହି ସୂଚନା ଦେଇ କହିଛନ୍ତି ଯେ, ୨୦୧୪ -୧୫ ମସିହାରେ ଯେଉଁଠି ୧୩୫ଟି ରେଳ ଦୁର୍ଘଟଣା ହେଉଥିଲା ,ସେଠାରେ ୨୦୨୪ -୨୫ରେ ଏହି ସଂଖ୍ୟା ହ୍ରାସ ପାଇଁ ୩୧ଟିରେ ରହିଛି ଏବଂ ୨୦୨୫-୨୬ରେ ଜୁନ୍‌ ୨୦୨୫ ସୁଦ୍ଧା କେବଳ ୩ଟି ଦୁର୍ଘଟଣା ରେକର୍ଡ କରାଯାଇଛି।

ଅଶ୍ୱିନ ବୈଷ୍ଣବ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୦୪ରୁ ୧୦୧୪ ମଧ୍ୟରେ  ମୋଟ ୧,୭୧୧ ଟି ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା, ଅର୍ଥାତ୍‌ ବାର୍ଷିକ ହାରାହାରି ୧୭୧ଟି ଦୁର୍ଘଟଣା। ଯାହା ଏବେ ହ୍ରାସ ପାଇ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ରେଳ ମନ୍ତ୍ରୀ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରେଲୱେ ଦ୍ୱାରା ଅନେକ ପଦକ୍ଷେପ ନିଆ ଯାଇଛି। ଏହି ଅନୁସାରେ , ୬,୬୩୫ଟି ଷ୍ଟେସନରେ ଇଲେକ୍ଟ୍ରିକ୍‌ / ଇଲେକ୍ଟ୍ରୋନିକ୍‌ ଇଣ୍ଟରଲକିଂ ସିଷ୍ଟମର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ପଏଣ୍ଟ ଓ ସିଗନାଲର କେନ୍ଦ୍ରୀକୃତ ପରିଚାଳନା ମାଧ୍ୟମରେ ମାନବୀୟ ତ୍ରୁଟି ଗୁଡ଼ିକରେ ହେବାକୁ ଥିବା ଦୁର୍ଘଟଣାରେ ହ୍ରାସ ଘଟିଛି।

ସେ କହିଛନ୍ତି ଯେ,  ୧୧,୦୯୬ଟି ଲେବଲ କ୍ରସିଂ ଗେଟ୍‌ର ଇଣ୍ଟରଲକିଂର ସୁବିଧା ପ୍ରଦାନ କରାଯାଇଛି ,ଯେଉଁଥିରେ ରେଳ ଫାଟକରେ ସୁରକ୍ଷା ବଢିଛି। ଏହାସହ ୬,୬୪୦ଟି ଷ୍ଟେସନରେ ଟ୍ରାକ୍‌ ସର୍କିଟିଂ କରାଯାଇଛି ,ଯାହାକି ଟ୍ରାକ୍‌ରେ ଟ୍ରେନ୍‌ର ଉପସ୍ଥିତିକୁ ଇଲେକ୍ଟ୍ରନିକ୍ ଭାବେ ସୁନିଶ୍ଚିତ କରାଯାଇ ପାରିବ। ଜୁଲାଇ ୨୦୨୦୨ରେ ରାଷ୍ଟ୍ରୀୟ ଅଟୋମେଟିକ ଟ୍ରେନ୍ ପ୍ରୋଟେକ୍ସନ ସିଷ୍ଟମ ଭାବେ ଗ୍ରହଣ କରା ଯାଇଥିବା ‘କବଚ’ ଟେକନିକ୍‌କୁ ପର୍ଯ୍ୟାୟକ୍ରମେ ଲାଗୁ କରାଯାଉଛି। ଏହା ଏବେସୁଦ୍ଧା ଅନେକ ରୁଟ୍‌ରେ ଲାଗୁ ହୋଇ ସାରିଛି ଏବଂ ଦିଲ୍ଲୀ –ମୁମ୍ୱାଇ ଓ ଦିଲ୍ଲୀ –ହାୱାଡା ରୁଟ୍‌ରେ ଏଥିପାଇଁ କାମ ଜାରି ରହିଛି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସବୁ ଇଞ୍ଜିନ ଗୁଡ଼ିକରେ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ ଲଗାଯାଇଛି ,ଯାହାକି ଲୋକୋ ପାଇଲଟଙ୍କ ସତର୍କତା ସୁନିଶ୍ଚିତ କରାଯାଇ ପାରିବ। ସେ କହିଛନ୍ତି ଯେ,କୁହୁଡ଼ି ପାଗରେ କମ୍‌ ଦୃଶ୍ୟମାନତା ସମୟରେ ଚାଳକ ଦଳର ସତର୍କ କରିବା ପାଇଁ ଓଏଚଇ ମାଷ୍ଟରେ ରେଟ୍ରୋ-ରିଫ୍ଲେକ୍ଟିଭ୍‌ ସିଗମା ବୋର୍ଡ ଲଗାଯାଇଛି। ସେ କହିଛନ୍ତି ଯେ,ସୁରକ୍ଷା ପାଇଁ ଜିପିଏସ୍‌ ଆଧାରିତ ‘ଫଗ୍‌ ସେଫ୍ଟି ଡିଭାଇସ’ କୁହୁଡ଼ିରେ ପ୍ରଭାବିତ କ୍ଷେତ୍ର ଗୁଡ଼ିକରେ ଲୋକୋ ପାଇଲଟଙ୍କୁ ଦିଆଯାଇଛି , ଯେଉଁଥିରେ ସେ ସିଗନାଲ ଓ ଲେବଲ କ୍ରସିଂ  ଗେଟ୍‌ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ପଏଣ୍ଟର ଦୂରତା ଜାଣିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.