ଭୁବନେଶ୍ବର ୪।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଦେଖାଦେଇଥିବା ବିବାଦକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ । ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ । ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଜଷ୍ଟିଫିକେସନ ବି ନାହିଁ । ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଅଲଗା କଥା କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ । ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ । ମୁଖ୍ୟମନ୍ତ୍ରୀ ଆସିବା ପରେ ନିଷ୍ପତ୍ତି ହେବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
You Can Read:
ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ : ଆଇନ ମନ୍ତ୍ରୀ