ଅସ୍ତ୍ରବିରତିକୁ ନେଇ କୌଣସି ସର୍ତ୍ତ ନାହିଁ; ସିନ୍ଧୁ ଜଳ ଚୁକ୍ତି ବାତିଲ ରହିବ

Published By : Prameya-News7 Bureau | May 10, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ବଡ଼ ବୟାନ ସାମନାକୁ ଆସିଛି । ବିଦେଶ ମନ୍ତ୍ରଣାଳୟର ସୂତ୍ର କହିଛି ଯେ ଅସ୍ତ୍ରବିରତିର କୌଣସି ପୂର୍ବ କିମ୍ୱା ପର ସର୍ତ୍ତ ନାହିଁ । ଆଲୋଚନା ପାଇଁ ପାକିସ୍ତାନ ପ୍ରଥମ ଫୋନ୍ କରିଥିଲା । ସେ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧି ପୂର୍ବ ଘୋଷଣା ପରି ବାତିଲ ରହିବ । ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧି ୧୯୬୦ରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିଲା । 

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ନିଷ୍ପତ୍ତି ନେଇ ସିନ୍ଧୁ ଜଳ ଚୁକ୍ତିରୁ ବାତିଲ କରିଥିଲା । ପାକିସ୍ତାନର ଆତଙ୍କବାଦ ସମର୍ଥନ ଓ ସୀମାରେ ଗୁଳିମାଡ଼ ଜବାବରେ ଏହି ପଦକ୍ଷେପ ନିଆଯାଇଥିଲା । ବିଦେଶ ମନ୍ତ୍ରଣାଳୟର ସୂତ୍ର ଅନୁସାରେ ଆତଙ୍କବାଦ ବିରୋଧରେ ଭାରତର ସ୍ଥିତି ଅପରିବର୍ତ୍ତିତ ରହିବ । ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ସୈନ୍ୟ ସଂଘର୍ଷ ଭିତରେ ଦୁଇ ଦେଶ ଅସ୍ତ୍ରବିରତି ପାଇଁ ସହମତି ହୋଇଥିଲେ ।

ବିଦେଶ ସଚିବ ବିକ୍ରମ ମିଶ୍ରି କହିଥିଲେ, 'ପାକିସ୍ତାନର ସୈନ୍ୟ ସଂଚାଳନ ମହାନିର୍ଦ୍ଦେଶକ (DGMO) ଆଜି ଅପରାହ୍ଣ ୩.୩୫ରେ ଭାରତର ଡିଜିଏମଓଙ୍କୁ ଫୋନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ସହମତି ହୋଇଛି । ଦୁଇ ପକ୍ଷ ଭାରତୀୟ ସମୟ ଅନୁସାରେ ସଂଧ୍ୟା ୫ଟାରୁ ସ୍ଥଳ, ଆକାଶ ଓ ସମୁଦ୍ରରେ ସମସ୍ତ ପ୍ରାକର ଆକ୍ରମଣ ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ । ଆଜି ଦୁଇ ପକ୍ଷକୁ ଏହି ସହମତି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୈନ୍ୟ ସଂଚାଳନା ମହାନିର୍ଦ୍ଦେଶକ ମେ ୧୨ରେ ମଧ୍ୟାହ୍ମ ୧୨ଟାରେ ପୁଣି ଥରେ ଆଲୋଚନା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.