ଟି୨୦ ବିଶ୍ୱକପରେ ଯୁବରାଜଙ୍କ ବିସ୍ଫୋରକ ସେଞ୍ଚୁରୀ, ଭାଙ୍ଗିଦେଲେ ପାକିସ୍ତାନୀ ବ୍ୟାଟରଙ୍କ ରେକର୍ଡ

NEWS7
there-is-no-pre-or-post-condition-of-the-ceasefire-the-indus-water-treaty-to-remain-in-abeyance

ଚେନ୍ନାଇ, ୧୭/୦୨ : ଇତିହାସ ରଚିଲେ କାନାଡା ବ୍ୟାଟର । ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଘାତ ପ୍ରହାର । ବର୍ଷା କଲେ ରନ୍ । ଛକା ଏବଂ ଚଉକା ଲଗାଇ ହାସଲ କଲେ ଶତକ । ଗ୍ରୁପ୍ ଡିର ଲିଗ୍ ମୁକାବିଲାରେ ଦମଦାର୍ ବ୍ୟାଟିଂ କରିଛନ୍ତି କାନାଡା ଖେଳାଳି ଯୁବରାଜ ସାମରା । ସେ ୬୫ ବଲରୁ ୧୧୦ ରନ୍ ହାସଲ କରିଛନ୍ତି ।

ଚେନ୍ନାଇରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି କାନାଡା ଏବଂ ନ୍ୟୁଜିଲାଣ୍ଡ । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଛି କାନାଡା । ତେବେ କାନାଡା ଖେଳାଳି ଯୁବରାଜ ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର କରିଛନ୍ତି । ସେ ୬୫ ବଲରୁ ୧୧୦ ରନ୍ ସଂଗ୍ରହ କରି ଟି୨୦ ବିଶ୍ୱକପରେ ଇତିହାସ ରଚିଛନ୍ତି । ତାଙ୍କର ଏହି ଇନିଂସରେ ୬ ଛକା ସହ ୧୧ଟି ଚୌକା ସାମିଲ ଅଛି ।

ଏହି ଖବରଟି ପଢନ୍ତୁ... ଦକ୍ଷିଣ ଆଫ୍ରିକାରୁ ଆସିବେ ଚିତା : ନନ୍ଦନକାନନରେ ଆରମ୍ଭ ହେବ ଚିତାବାଘ ସଫାରୀ !

ତେବେ ଟି୨୦ ବିଶ୍ୱକପରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ଲଗାଇଛନ୍ତି ଯୁବରାଜ । ସେ ୧୯ ବର୍ଷ ୧୪୧ ଦିନରେ ଏହି କୀର୍ତ୍ତି ହାସଲ କରିଛନ୍ତି । ଏହାପୂର୍ବରୁ ପାକିସ୍ତାନର ଅହମ୍ମଦ ଶେହଜାଦ ୨୨ ବର୍ଷ ୧୨୭ ଦିନରେ ଶତକ ଲଗାଇଥିଲେ । ଯାହା ଏବେ ଭାଙ୍ଗିଯାଇଛି ।

ମୁକାବିଲାକୁ ଦେଖିଲେ ଯୁବରାଜ ଅଧିନାୟକ ଦିଲପ୍ରିତ୍ ବାଜଓ୍ୱାଙ୍କ ସହ ପ୍ରଥମ ଓ୍ୱିକେଟରେ ୧୧୬ ରନ୍ ଯୋଡି ଥିଲେ । ବାଜଓ୍ୱା ୩୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ରନ୍ ଗତି କମିବାକୁ ଦେଇନଥିଲେ ଯୁବରାଜ । କିଓ୍ୱିର ସବୁ ବୋଲରଙ୍କୁ ସେ ପ୍ରହାର କରିଥିଲେ । ମିଡ୍ ଅଫ୍, ମିଡ୍ ଅନ୍, ଥାର୍ଡ ମ୍ୟାନ୍, କଭର୍ ସବୁ ଦିଗକୁ ସେ ସଟ୍ ମାରିଥିଲେ । ତାଙ୍କ ବ୍ୟାଟିଂରେ ଆତ୍ମବିଶ୍ୱାସ ସ୍ପଷ୍ଟ ଭାବେ ଦେଖାଯାଉଥିଲା ।

ସୂଚନାଯୋଗ୍ୟ, ଯୁବରାଜ ସାମରାଙ୍କ ନାଁ ଭାରତର ପୂର୍ବତନ ଖେଳାଳି ତଥା ଅଲରାଉଣ୍ଡର ଯୁବରାଜ ସିଂ ଙ୍କ ନାଁ ଅନୁସାରେ ରଖାଯାଇଥିଲା । ତାଙ୍କ ପିତା ବଲଜିତ୍ ଯୁବରାଜଙ୍କ ଏକ ବଡ ପ୍ରଶଂସକ । ତେବେ ଯୁବରାଜଙ୍କ ଭଳି ନୁହେଁ ନିଜେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଥିବା ଯୁବରାଜ ସାମରା ଅନେକ ସମୟରେ କହିଥାନ୍ତି ।