ଏହି ଦେଶରେ କେବଳ ୧୦୦ ପୁଲିସ କର୍ମୀ , ଖାଲି ପଡ଼ିଛି ଜେଲ୍‌ ; କାମ ନକରିବି ଲୋକେ ରୋଜଗାର କରନ୍ତି ଟଙ୍କା

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ  : ସ୍ୱିଜରଲ୍ୟାଣ୍ଡ ଓ ଅଷ୍ଟ୍ରିଆ ମଧ୍ୟରେ ଗୋଟିଏ ଛୋଟ ଦେଶ ଅଛି , ଯାହାର ନା କୌଣସି ନିଜର କିଛି ଭାଷା ଅଛି ନା କୌଣସି ମୁଦ୍ରା, ଏହା ସତ୍ତ୍ୱେ ଏହାର ଗଣନା ବିଶ୍ୱର ଧନୀ ଓ ସମୃଦ୍ଧ ଦେଶ ଗୁଡ଼ିକ ମଧ୍ୟରେ କରାଯାଏ। କ୍ରାଇମ୍‌ ଏତେ କମ୍‌ ଯେ, ପୂରା ଦେଶର ୩୦ ହଜାରର ଜନସଂଖ୍ୟା ସମ୍ଭାଳିବା ପାଇଁ କେବଳ ୧୦୦ ଜଣ ପୁଲିସ ଅଧିକାରୀ ଅଛନ୍ତି। ଏହି ଦେଶରେ ଲୋକଙ୍କୁ ଅର୍ଥ ଉପାର୍ଜନ କରିବା ପାଇଁ ଚାକିରି ବା କୌଣସି କାମ କରିବାକୁ ଆବଶ୍ୟକ ପଡ଼ି ନଥାଏ। ଏଠାର ଲୋକେ ରିୟଲ ଇଷ୍ଟେଟ୍‌ , ପର୍ଯ୍ୟଟନ ଓ ଅନ୍ୟ ବ୍ୟବସାୟରୁ ଆୟ କରନ୍ତି।

ସ୍ୱିଜରଲ୍ୟାଣ୍ଡର ସୀମାକୁ ଲାଗି ରହିଥିବା ଲିକଟେନଷ୍ଟିନ ନାମକ ଦେଶରେ କ୍ରାଇମ୍‌ ହାର ଏତେ କମ୍‌ ଯେ, କେବଳ ସାତ ଜଣ ଲୋକେ ଜେଲ୍‌ରେ ଅଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଏହି ଦେଶରେ ଲୋକେ ବହୁତ ଖୁସିରେ ରୁହନ୍ତି।। ଅଧିକାଂଶ ସମୟ ଲୋକେ ବୁଲା ବୁଲି କରି ଓ ମଉଜ ମସ୍ତି କରି ବିତାନ୍ତି। ଲିକଟେନଷ୍ଟିନର ଗଣନା  ସବୁଠୁ ସୁରକ୍ଷିତ ଓ ଧନୀ ଦେଶ ମଧ୍ୟରେ ହୋଇଥାଏ।

କୌଣସି ଏୟାରପୋର୍ଟ ନାହିଁ –

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏତେ ଧନୀ ହୋଇବି ଏହି ଦେଶରେ ଏୟାରପୋର୍ଟ ନାହିଁ। ଏହି ସ୍ଥିତିରେ ବିଦେଶ ଯାତ୍ରା କରିବା ପାଇଁ ଲୋକଙ୍କୁ ପଡୋଶୀ ଦେଶରୁ ବିମାନ ନେବାକୁ ପଡ଼ିଥାଏ। ଏହି ଦେଶର ନା କୌଣସି ଭାଷା ଅଛି ନା କୌଣସି ମୁଦ୍ରା ଅଛି। ଏଠାରେ ଲୋକେ ସ୍ୱିସ୍‌ ଫ୍ରାଙ୍କର ବ୍ୟବହାର କରନ୍ତି। ଅଧିକାଂଶ ଲୋକ ଜର୍ମନ କୁହନ୍ତି।

ଏଠାର ଲୋକେ ବିନା ପରିଶ୍ରମ କରି ମଧ୍ୟ ଏତେ ଆୟ କରନ୍ତି ଯେ , ପୂରା ଜୀବନ ମଉଜ ମସ୍ତିରେ ବିତାନ୍ତି। ଏହି ଦେଶରେ ନା କୌଣସି ବାହାରୁ ଋଣ ଅଛି ନା ନାଗରିକଙ୍କ ଠାରୁ ଅଧିକ ଟ୍ୟାକ୍ସ ଆଦାୟ କରାଯାଉଛି। କ୍ରାଇମ୍‌ ରେଟ୍‌ ଏତେ କମ୍‌ ଯେ, ପୂରା ଦେଶରେ କେବଳ ୧୦୦ ପୁଲିସ ଅଧିକାରୀ ଅଛନ୍ତି। ପୂରା ବିଶ୍ୱର ଲୋକେ ଏଠାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପହଞ୍ଚନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.