ଭୁବନେଶ୍ଵର: ବିପର୍ଯ୍ୟସ୍ଥ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସରକାର ସାମ୍ବିଧାନିକ ବ୍ୟବସ୍ଥାରେ ଶାସନ ତୁଲାଇବା ଅବସ୍ଥା ଦିନକୁ ଦିନ ବିଗୁଡିଛୁ।୧୦୮ ଆମ୍ବୁଲାନ୍ସ ଅତ୍ୟନ୍ତ ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି। ରାଜଧାନୀରେ ଆମ୍ବୁଲାନ୍ସ ଟାୱାର ପଙ୍କଚର ହେବାରୁ ରାସ୍ତାରେ ଅଟକି ଯାଉଛି। ହସ୍ପିଟାଲ ପହଞ୍ଚି ପାରୁନାହିଁ।
Also read: ISIର ‘ମ୍ୟାଡାମ୍ N’ : ପାକ୍ର ନିର୍ଦ୍ଦେଶରେ ଭାରତରେ ବିଛେଇ ଥିଲେ ୫୦୦ ଗୁପ୍ତଚର ନେଟୱର୍କ
ଲେଖାଶ୍ରୀ କହିଛନ୍ତି, ରାଜ୍ୟରେ ଏବେ ଭଗବାନଙ୍କ ଭରସାରେ ରୋଗୀ। କଲ ସେଣ୍ଟରକୁ କଲ କଲେ ସହାୟତା ମିଳୁନି। ନବୀନଙ୍କ ସମୟରେ ରୋଗୀଙ୍କୁ ଉନ୍ନତ ମାନର ସୁବିଧା ମିଳୁଥିଲା । ସରକାର ବଦଳିବାର ଗୋଟିଏ ବର୍ଷ ଭିତରେ ଆମ୍ବୁଲାନ୍ସ ସେବା ଠପ୍ ହୋଇ ପଡ଼ୁଛି। ବର୍ଷକ ଭିତରେ ଅଚଳ ହେଲାଣି ଆମ୍ବୁଲାନ୍ସ। ଆମ୍ବୁଲାନ୍ସରେ ଫ୍ୟାନ ଏସି ଚାଲୁ ନାହଁ । ଟାୟାର ଖରାପ। ନିୟମିତ ମେଣ୍ଟେନାନ୍ସ ହେଉନାହିଁ। ଆମ୍ବୁଲାନ୍ସ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ସରକାର ଚୁପ୍ ବସି ପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଟ୍ରାନ୍ସଫର ଏବଂ ନିଯୁକ୍ତିରୁ ଟଙ୍କା ଖାଇବାକୁ ଲାଗି ପଡିଛି। ରାଜ୍ୟ ସରକାର ବର୍ଷ ପୂର୍ତ୍ତି ଉତ୍ସବରେ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ସେହି ଟଙ୍କାରେ ହଜାରେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ କିଣି ରାଜ୍ୟକୁ ଦିଅନ୍ତୁ ବୋଲି ବିଜେଡି ନେତ୍ରୀ କହିଛନ୍ତି।