ବିବାହ କଲେ ନାଗାର୍ଜୁନ୍‌ଙ୍କ ସାନ ପୁଅ ଅଖିଲ, ସାମ୍ନାକୁ ଆସିଲା ୱେଡିଂ ଫଟୋ

Published By : Prameya-News7 Bureau | June 06, 2025 IST

ମୁମ୍ଵାଇ ୦୬।୦୬; ଦକ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଅକ୍କିନେନି। ଅଭିନେତା ଦୀର୍ଘଦିନର ପ୍ରେମିକା ଜୈନବ ରାୱଜୀଙ୍କୁ ବିବାହ କରିଛନ୍ତି। ଏହି କପଲ ଜୁନ୍ ୬ ତାରିଖ ଶୁକ୍ରବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘଦିନର ପ୍ରେମିକା ଜୈନବ ରାୱଜୀଙ୍କୁ ହାଇଦ୍ରାବାଦରେ ଏକ ପାରମ୍ପରିକ ସମାରୋହରେ ବିବାହ କରିଛନ୍ତି। ସେମାନଙ୍କର ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । 

ଅଖିଲ-ଜୈନବଙ୍କ ବିବାହ ଏକ ବ୍ୟକ୍ତିଗତ ସମାରୋହ ଥିଲା, ଯେଉଁଥିରେ ନିକଟ ସମ୍ପର୍କୀୟ ଏବଂ କିଛି ବିଶେଷ ବନ୍ଧୁ ଯୋଗ ଦେଇଥିଲେ। ସେହି ସମୟରେ, ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଅନେକ ଦକ୍ଷିଣ ସେଲିବ୍ରିଟି ପହଞ୍ଚିଥିଲେ। ରାମ ଚରଣ, ଚିରଞ୍ଜିବୀଙ୍କଠାରୁ ଆରମ୍ଭ କରି ଅନ୍ୟ ସେଲିବ୍ରିଟିଙ୍କ ସହ ବଡ ବଡ ଶିଳ୍ପପତି ମଧ୍ୟ ବିବାହ ଉତ୍ସବରେ ନଜର ଆସିଥିଲେ। 

ଜୈନବ ତାଙ୍କ ବିବାହରେ ପେଷ୍ଟେଲ ଆଇଭରି ଶାଢ଼ି ପିନ୍ଧିଥିଲେ। ଏହା ସହିତ, ସେ ଏକ ହିରାର ହେଭି ନେକ୍ଲେସ୍, ମାଙ୍ଗ ଟିକା ଏବଂ ହାତରେ ଅନେକ ଚୁଡ଼ି ପିନ୍ଧିଥିଲେ। ସେହି ସମୟରେ ଅଖିଲ ଅକ୍କିନେନି ଧଳା କୁର୍ତ୍ତା ଏବଂ ଧୋତିରେ ଏକ କ୍ଲାସିକ୍ ଏବଂ ପାରମ୍ପରିକ ଲୁକରେ ଦେଖାଯାଇଥିଲେ। କହିବାକୁ ଗଲେ ୨୬ ନଭେମ୍ବର, ୨୦୨୪ ରେ ନିର୍ବନ୍ଧ କରିଥିଲେ। ପୂର୍ବରୁ, ଉଭୟ ପରସ୍ପରକୁ ତିନି ବର୍ଷ ପାଇଁ ଡେଟ୍ କରିଥିଲେ। ଗୁରୁବାର ରାତିରେ, ପରିବାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଯେଉଁଥିରେ ବାପା ନାଗାର୍ଜୁନ ଏବଂ ଭାଇ ନାଗା ଚୈତନ୍ୟ ଜୋରଦାର ଡ୍ୟାନ୍ସ କରିଥିଲେ।

ନାଗାର୍ଜୁନଙ୍କ ବୋହୂ ଜୈନବ ରାଓଜୀ କିଏ?

ନାଗାର୍ଜୁନଙ୍କ ବୋହୂ ଜୈନବ ରାୱଜୀ ପ୍ରସିଦ୍ଧ ଶୀର୍ଷ ଶିଳ୍ପପତି ଜୁଲଫି ରାୱଜୀଙ୍କ ଝିଅ। ଜୈନବ ନିଜେ ଜଣେ କଳାକାର ଏବଂ ଉଦ୍ୟୋଗୀ। ସେ ହାଇଦ୍ରାବାଦରେ ବଢ଼ିଥିଲେ କିନ୍ତୁ ବର୍ତ୍ତମାନ ମୁମ୍ବାଇରେ ରୁହନ୍ତି। ସେ ତାଙ୍କର କଳା ପ୍ରଦର୍ଶନୀ ଏବଂ ତାଙ୍କର ସ୍କିନ୍ କେୟାର ବ୍ରାଣ୍ଡ OnceUponTheSkin ପାଇଁ ପ୍ରସିଦ୍ଧ। ଅନ୍ୟପକ୍ଷରେ, ଅଖିଲ ଅକ୍କିନେନିଙ୍କ କ୍ୟାରିଅର ଭଲ ନଥିଲା। ସେ କେବଳ କିଛିଟା ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ, ଅଖିଲ ତାଙ୍କର ଆଗାମୀ ଫିଲ୍ମ ଲେନିନ୍ ପାଇଁ ଖବରରେ ଅଛନ୍ତି। ମୁରଲୀ କିଶୋର ଆବୁରୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶ୍ରୀଲିଲା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.