ଭୁବନେଶ୍ବର୨୩।୮: କୁକୁର ମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବ ବିଭାଗ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କରିବ ବୁଲା କୁକୁରଙ୍କ ଗଣନା । ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟିକାକରଣ କରାଯିବ । ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା କୁକୁର ଏବଂ ପୋଷା କୁକୁର ଅଛନ୍ତି ୬୪ ହଜାର ।
ଏଣିକି ବୁଲା କୁକୁରଙ୍କୁ ରାସ୍ତାକଡରେ ଖାଇବାକୁ ନଦେବାକୁ ସଚେତନ କରିବ ମ୍ୟୁନିସିପାଲିଟି । ଏହାସହ ପ୍ରତି ମ୍ୟୁନିସିପାଲିଟି ଅଞ୍ଚଳରେ ଚିକେନ-ମଟନ ଦୋକାନୀଙ୍କୁ ତଦାରଖ କରିବେ ମ୍ୟୁନିସିପାଲିଟି କର୍ମଚାରୀ । ଏଣେ ତେଣେ ପକାଇପାରିବେ ନାହିଁ କିମ୍ବା ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ । ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ-ମଟନ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ ଦୋକାନୀ । ଏନେଇ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ।
ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ । ସାମାଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।
You Can Read:
ଶ୍ରୀମନ୍ଦିର ପରିସରରେ ହେବ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ, ରହିବେ ସ୍ୱତନ୍ତ୍ର ମହିଳା ସହାୟିକା