ପଶ୍ଚିମବଙ୍ଗ ସରକାର ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି, ଏହାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ ପଡିବ : ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର

Published By : Prameya-News7 Bureau | May 03, 2025 IST

ପୁରୀ ୩।୫: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରରେ କିଛିଟା ବ୍ୟତିକ୍ରମ ହେବା ଜଣାପଡିଛି । ଦୀଘାକୁ ଜଗନ୍ନାଥ ଧାମ ନାମ ଦେବାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ମହାପ୍ରଭୁଙ୍କୁ ଏକ ଖେଳଣା ବୋଲି ପଶ୍ଚିମବଙ୍ଗ ସରକାର ଭାବୁଛନ୍ତି । ଏହାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ ପଡିବ । ପଶ୍ଚିମବଙ୍ଗ ସରକାର ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି । 

ଶ୍ରୀମନ୍ଦିରର ସ୍ବତନ୍ତ୍ର ରେକର୍ଡ ଅଫ ରାଇଟ ଅଛି । ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ବଳକା ଦାରୁ ପୋତାଯାଏ । ଆଉ କିଛି ଦାରୁ ରଖାଯାଇ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା କାର୍ଯ୍ୟରେ ଲାଗିଥାଏ । ବଳକା ଥିବା ଦାରୁ କେହି ନେଇପାରିବେ ନାହିଁ । ଦାରୁ ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ରହେ । କିନ୍ତୁ ପରବର୍ତ୍ତୀ ସମୟରେ ୧୯୯୬ରୁ ଦଇତାପତି ନିଯୋଗ ହେପାଜତରେ ଏହାକୁ ରଖାଯାଇଛି । ପୂର୍ବରୁ କେତେ ଦାରୁ ଥିଲା, ଏବେ କେତେ ଦାରୁ ଅଛି ଏହାର ତଦନ୍ତ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛୁ । 

କିଛି ସେବାୟତ ମନମୁଖୀ କାର୍ଯ୍ୟ କରୁଛନ୍ତି । ଯାହା ପାଇଁ ସମ୍ପୂର୍ଣ୍ଣ ସେବାୟତ ଜାତି ନିନ୍ଦିତ ହେଉଛି । ନବକଳେବର ସମୟରେ ହୋଇଥିବା ବିଭ୍ରାଟର ତଦନ୍ତ କରାଯାଇ ତୁରନ୍ତ ଏହି ରିପୋର୍ଟ ସାର୍ବଜନୀନ କରାଯିବା ଆବଶ୍ୟକ ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି । 


You Can Read:

ନବୀକରଣୀୟ ଶକ୍ତିକୁ ଆପଣାଇବାକୁ ରାଜ୍ୟପାଳଙ୍କ ଆହ୍ୱାନ ; ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି, ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.