ପୁରୀ ୪।୭: ଶନିବାର ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶନିବାର ଭୋର ୪ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି, ରୋଷହୋମ, ୫ଟାରେ ଅବକାଶ, ୫ଟା୧୫ରେ ସୂର୍ଯ୍ୟପୂଜା, ୫ଟା୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା୪୫ ରୁ ୬ଟା୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧ଟା୩୦ ସେନାପଟା ଲାଗି ନୀତି ଚୂଡ଼ାନ୍ତ ହୋଇଛି ।
ସେହିପରି ୧୧ଟା୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨ଟା୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ଟା୩୦ରୁ ୩ଟା୩୦ ମଧ୍ୟରେ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
You Can Read:
ତେଲେଙ୍ଗାନା ବିସ୍ଫୋରଣ ଘଟଣା : ଗଞ୍ଜାମ ଜିଲ୍ଲାର ଆଉ ଜଣଙ୍କର ମୃତ୍ୟୁ, ଜନ୍ମମାଟିକୁ ଫେରିଲା ମରଶରୀର