ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ, ପିପିଲିରେ ରାଜନୈତିକ ଉଷ୍ମତା ଜୋର

Published By : Prameya-News7 Bureau | May 23, 2025 IST

ପିପିଲି : ଶିଳାନ୍ୟାସର କେଇ ଘଣ୍ଟା ପରେ ଭାଙ୍ଗିଲା ଫଳକ । କିଏ ଓ କାହିଁକି ଫଳକ ଭାଙ୍ଗିଛି ସେ ନେଇ କୌଣସି ସୂଚନା ନଥିବା ବେଳେ ଫଳକ ଭଙ୍ଗାକୁ ନେଇ ପିପିଲିରେ ଦେଖାଦେଇଛି ରାଜନୈତିକ ଉଷ୍ମତା । 

ପିପିଲି ବ୍ଲକ୍ ଅଧୀନରେ ଥିବା କାଠ ଇଣ୍ଡଷ୍ଟ୍ରିରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାକୁ ପୁରୀ ସାଂସଦ ଓ ପିପିଲି ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କିଛି ଘଣ୍ଟା ଭିତରେ ଏହି ଫଳକକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏ ବାବଦରେ ପିପିଲି ବିଜେପି ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପିପିଲିରେ ଏବେ ଏହି ଫଳକ ଭଙ୍ଗାକୁ ନେଇ ବେଶ ଆଲୋଚନା ପର୍ଯ୍ୟଲୋଚନା ହେଉଛି ।

You Can Read:

ସମ୍ବଲପୁର ଟାଉନ୍ ଥାନା ପରିସରରୁ କୋରେକ୍ସ ଭର୍ତ୍ତି ବକ୍ସ ନେବା ଅଭିଯୋଗ : ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.