ନୂଆଦିଲ୍ଲୀ ୨୨।୦୪: ସାଧାରଣ ଲୋକଙ୍କୁ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିପାଇଁ ଲୋକମାନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିଥାଏ । ସାଧାରଣ ଯାତ୍ରୀଙ୍କ ପାଇଁ ଏହା ଏକ କଷ୍ଟକର କାମ । କିନ୍ତୁ ଆମ ଦେଶରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କୁ କୌଣସି ଯାଞ୍ଚ ବିନା ଭିତରକୁ ଯିବାର ଦିଆଯାଏ ଅନୁମତି । ଏହି ବ୍ୟକ୍ତିମାନଙ୍କୁ ବିନା ଯାଞ୍ଚରେ ନିଜ ଗାଡ଼ିରେ ଏୟାରକ୍ରାଫ୍ଟ ଯାଏଁ ଯିବାର ରହିଥାଏ ଅନୁମତି ।
ବାସ୍ତବରେ ଏହି ଲୋକମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗରେ ପ୍ରମୁଖ ବ୍ୟକ୍ତି ବିଶେଷ ରହିଥାନ୍ତି । ତାଙ୍କ ସହିତ ଏସ୍କର୍ଟ ଯାନକୁ ଏୟାରସାଇଟ୍ ଯାଏଁ କୌଣସି ବିନା ଯାଞ୍ଚରେ ପଠାଯାଇଥାଏ । କାଟାଗୋରୀ ୧ରେ ଆସିଥାନ୍ତି ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ର ଏବଂ ସରକାର ମୁଖ୍ୟ ।
ଦ୍ୱିତୀୟ ବର୍ଗରେ ରହିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, CJI, ଲୋକସଭା ବାଚସ୍ପତି, ଦେଶର ପ୍ରଥମ ମହିଳା (ରାଷ୍ଟ୍ରପତିଙ୍କ ପତ୍ନୀ), ଉପରାଷ୍ଟ୍ରପତିଙ୍କ ପତ୍ନୀ, ହାଇ କମିଶନର କିମ୍ବା ବିଦେଶୀ ରାଷ୍ଟ୍ରଦୂତ ।
ମନୋନୀତ ଲୋକଙ୍କୁ ତୃତୀୟ ବର୍ଗରେ ସାମିଲ କରାଯାଇଛି । ଏଥିରେ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିଜ ଗାଡ଼ିରେ ବିମାନବନ୍ଦରରେ ପହଞ୍ଚିପାରିବେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଏହି ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।