LIVE TV

ଦୁଇ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର, ଟ୍ୟୁସନ ସାର୍ ଗୁରୁତର

NEWS7
the-information-board-of-temple-administration-is-placed-on-shree-jagannath-land

ବାରିପଦା ୧୦: ଟ୍ୟୁସନ ସାର୍‌ଙ୍କୁ ଗୁଳିମାଡ଼ । ଦୁର୍ବୃତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ମାଡ଼କରି ଫେରାର ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଶାକୁଆ ଗ୍ରାମର ପୁରୁଣା ଇଟାଭାଟି ରାସ୍ତା ନିକଟରେ ଗୁଳିମାଡ଼ ହୋଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ରାତି ୧୦ଟା ସମୟରେ ଜଣେ ଟ୍ୟୁସନ ସାର୍‌ଙ୍କୁ ଦୁର୍ବୃତ୍ତ ମାନେ ୨ ରାଉଣ୍ଡ ଗୁଳି ମାରି ଫେରାର ହୋଇଯାଇଛନ୍ତି । ଫଳରେ ସେ ଗୁରୁତର ଆହତ ହେବା ସହିତ ତାଙ୍କୁ ଗ୍ରାମବାସୀ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପେଟରେ ୨ଟି ଗୁଳି ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଆହତ ଜଣଙ୍କ ହେଲେ ବଡ଼ସାହି ଥାନା ଶିଆଳିଘାଟି ପଞ୍ଚାୟତ ମାଙ୍କଡାପାଳ ଗ୍ରାମର ସଞ୍ଜୟ ନାଏକ । ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି । ଶାକୁଆ ଗ୍ରାମର ପୁରୁଣା ଇଟାଭାଟି ରାସ୍ତା ନିକଟରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ ବଡ଼ସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଅଳ୍ପଦିନ ତଳେ ଗାଁର ଅଙ୍ଗନୱାଡି ସହାୟିକା ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ଏହାକୁ ନେଇ କିଛି ଲୋକଙ୍କ ସହିତ ତାଙ୍କର ବଚସା ଓ ଝଗଡ଼ା ହୋଇଥିଲା । ଯାହା ଗୁଳିକାଣ୍ଡର କାରଣ ବୋଲି କହିଛନ୍ତି ସଞ୍ଜୟଙ୍କ ସ୍ତ୍ରୀ ପ୍ରାଥମିକ ଚିକିତ୍ସା ପରେ ସଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତେବେ ଆଗକୁ କୌଣସି ଜଟିଳ ପରିସ୍ଥିତି ସୃଷ୍ଟି ହେଲେ ତାଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି ।