ଦିଗପହଣ୍ଡି ୧୮।୧୧: ରାମାୟଣ ଷ୍ଟେଜ୍‌ରେ ନିଶା ମହାରଣାଙ୍କ ଆଇଟମ୍ ଡ୍ୟାନ୍ସ ସାଙ୍ଗକୁ ସୀତାଙ୍କୁ ଉଲଗ୍ନ ଘଟଣା ପହଞ୍ଚିଲା ଥାନାରେ । ରାମାୟଣରେ ଅପସଂସ୍କୃତି ବାଦ ନାଚରେ ରାବଣର ଆପତ୍ତିଜନକ ଦୃଶ୍ୟ ପ୍ରତିବାଦରେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ତରଫରୁ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି । ଆୟୋଜକ, ଉକ୍ତ ରାମାୟଣର ନିର୍ଦ୍ଦେଶକ, ରାବଣ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ ।

​​​​​​​ସୂଚନାଯୋଗ୍ୟ ଯେ, ରାମାୟଣ ଷ୍ଟେଜ୍‌ରେ ଆଇଟମ୍ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ସାଙ୍ଗକୁ ରାବଣ କରିଥିଲେ ସୀତାଙ୍କୁ ଷ୍ଟେଜ୍ ଉପରେ ଉଲଗ୍ନ । ହରଣ କରିବା ଛଳରେ ଶରୀରର ଅନେକ ଅଙ୍ଗକୁ ସମସ୍ତଙ୍କ ସାମ୍ନାରେ ସ୍ପର୍ଶ କରି କାମୁଡିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାମାୟଣ ଭଳି ପବିତ୍ରତାରେ ଏଭଳି ଅପସଂସ୍କୃତିକୁ ବାରଣ କରିବା ପରିବର୍ତ୍ତେ ତାହା ଷ୍ଟେଜ୍‌ରେ ପରିବେଷଣ କରାଯାଇଥିଲା । ଏଭଳି ଭିଡିଓ ଏବେ ବେଶ୍ ଭାଇରାଲ୍ ହେବା ସହ ଅନେକ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଣଜା ଗାଁ ଯାତ୍ରାରେ ଦେଖିବାତୁ ମିଳିଥିଲା । ଦୁଇ ଦଳ ସାମ୍ନାସାମ୍ନି ପଡିଥିବା ବେଳେ ଉଭୟ ଦଳ ବିଜେତା ହେବା ପାଇଁ ନିଜ ନିଜର ସଂସ୍କୃତି ପରମ୍ପରାକୁ ମଧ୍ୟ ଭୁଲିଗଲେ ।

ରାମାୟଣ ୨୪ଘଣ୍ଟା ପରିବେଷଣ ପାଇଁ ଏଗ୍ରିମେଣ୍ଟ ହୋଇଥିଲେ ମଧ୍ୟ ଦୀର୍ଘ ୬୦ଘଣ୍ଟା ପରିବେଷଣ କରି ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଏହାସହ ଉଭୟ ଦଳ କୋଡିଏରୁ ଉର୍ଦ୍ଧ୍ବ ଆଇଟମ୍ ଡ୍ୟାନ୍ସର ସହ ୫୦ରୁ ଉର୍ଦ୍ଧ୍ବ କିନ୍ନର ସାଙ୍ଗକୁ ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ଷ୍ଟେଜ୍ ଉପରେ ଦେଖିବାକୁ ମିଳିଥିଲା । ଏହାସହ ରାମାୟଣରେ ଘୋଡା, ଓଟ, ଜେସିବି, କ୍ରେନ୍ ମେସିନାରୀ ବ୍ୟବହାର ଜୀବନକୁ ବାଜି ଲଗାଇ ଏଭଳି କଳାକୃତିକୁ ସବୁଠି ନିନ୍ଦା କରାଯାଇଥିଲା ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ ସୁପରିଚାଳନା ପାଇଁ କିଛି ନିୟମ ଜାରି କରିଥିଲା ପ୍ରଶାସନ । ଦଣ୍ଡ ନାଚରେ ଅଶ୍ଳୀଳ ନାଚ ଅପସଂସ୍କୃତି ଅସାମାଜିକ ନାଟକ ପରିବେଷଣ ପାଇଁ ବାରଣ କରାଯାଇଥିଲା । କୌଣସି ପରିଚାଳନା କମିଟି ଏଥିରେ ବ୍ୟତିକ୍ରମ କରନ୍ତି ତାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଦର୍ଶାଯାଇଥିଲା ।