ଭୁବନେଶ୍ବର ୧୫।୭: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ସନ୍ଧ୍ୟା ସୁଦ୍ଧା ଆସିପାରେ ବଡ଼ ନିଷ୍ପତ୍ତି । ବାଲେଶ୍ୱର ଘଟଣା ସରକାରଙ୍କୁ ବ୍ୟଥିତ କରିଛି, କଷ୍ଟ ଦେଇଛି । ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ ସରକାର କରିବେ । ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ଥିତିର ସମୀକ୍ଷା କରୁଥିଲେ ସରକାର । କେବଳ ଏଚ୍ଓଡି କି ଅଧ୍ୟକ୍ଷ ନୁହନ୍ତି ଛାତ୍ରୀ ଆତ୍ମହତ୍ୟା କରିବା ପାଇଁ ସ୍ଥିତି ସୃଷ୍ଟି କରିଥିବା ଯେକୌଣସି ବ୍ୟକ୍ତି ବି ତଦନ୍ତର ପରିସରକୁ ଆସିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଫେରିଲା ପରେ ସନ୍ଧ୍ୟା ସୁଦ୍ଧା ନିଆ ଯାଇପାରେ ଆକ୍ସନ । ସରକାରଙ୍କ ଏକ ମାତ୍ର ଲକ୍ଷ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ।
ବିରୋଧୀଙ୍କ ନ୍ୟାୟିକ ତଦନ୍ତ ଦାବି ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ କହିଲେ ପୂର୍ବ ସରକାରରେ ଅନେକ ଘଟଣାରେ ନ୍ୟାୟିକ ତଦନ୍ତ ହୋଇଥିଲା ହେଲେ ରିପୋର୍ଟ ଆସିଲାନି କି କାର୍ଯ୍ୟାନୁଷ୍ଠାନ ହେଲାନି । ଘଟଣାକୁ ନେଇ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଏହାର ଅଗ୍ରଗତି କେମିତି ଚାଲିଛି ଆଉ କ’ଣ ପଦକ୍ଷେପ ଆବଶ୍ୟକ ସେ ସବୁର ତର୍ଜମା କରିଛୁ । ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି । ସ୍ଥିତି ସମୀକ୍ଷା ବୈଠକରେ ବିଧାୟକ ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଟଙ୍କଧର ତ୍ରିପାଠୀ, ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read:
ପୂର୍ବ ସରକାରରେ ଲୋକଙ୍କୁ ନ୍ୟାୟ ମିଳିଲା ନାହିଁ, ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି