ଫକୀରମୋହନ ଛାତ୍ରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ପ୍ରତିବାଦ କରିବ ବିଜେଡି, ରାଜରାସ୍ତାକୁ ଓହ୍ଲାଇବେ ଛାତ୍ରଛାତ୍ରୀ

Published By : Prameya-News7 Bureau | July 15, 2025 IST

ଭୁବନେଶ୍ବର ୧୫।୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ବିଜେଡି । ସବୁ କଲେଜ କ୍ୟାମ୍ପସ ସମ୍ମୁଖରେ ପ୍ରତିବାଦ କରିବ ଦଳ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ବ୍ୟୋମକେଶ ରାୟ । ସେ କହିଛନ୍ତି, 

ରାଜ୍ୟରେ ଅରାଜକତା ଚାଲିଛି । ସେ ଝିଅର ଅଭିଯୋଗ ଶୁଣିଲେ ନାହିଁ । ରାତି ଅଧରେ ଲୁଚେଇ ପୋଲିସ ସାହାଯ୍ୟରେ ତାଙ୍କ ପାର୍ଥିବ ଶରୀରକୁ ନେଇଗଲେ । ଏହି ଘଟଣା ପାଇଁ ଯିଏ ଦାୟୀ ସେମାନେ ଇସ୍ତଫା ଦେବା ପାଇଁ ବିଜେଡି ଦାବି କରିଛି । ସମସ୍ତଙ୍କୁ ଟ୍ବିଟ୍ କରିଥିଲା ତାକୁ ନ୍ୟାୟ ଦେଇପାରିଲେନି । ଦୁଇ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ । ଏହି ଘଟଣାରେ ସମସ୍ତେ ଦାୟୀ ।  ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ରାଜରାସ୍ତକୁ ଓହ୍ଲାଇବେ । ପିକେଟିଂ ମଧ୍ୟ କରିବେ ବୋଲି ବ୍ୟୋମକେଶ କହିଛନ୍ତି ।

ସେହିଭଳି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ଛାତ୍ର ଆନ୍ଦୋଳନ ଏହାକୁ ତୀବ୍ର ରୂପରେ ନେବ । ବିଜୁ ଯୁବ ଓ ଛାତ୍ର ଜନତା ଦଳ ଦୃଢ଼ ପ୍ରତିବାଦ କରିବେ । କଲେଜ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ ହେବ । ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ବର୍ତ୍ତମାନ ଠାରୁ ଆରମ୍ଭ ହେଲା ବୋଲି ଦେବୀ ରଞ୍ଜନ କହିଛନ୍ତି ।

ସେହିଭଳି ବିଜେଡି ନେତ୍ରୀ ଇପ୍‌ସିତା ସାହୁ କହିଛନ୍ତି, ମୁଁ ବାଲେଶ୍ୱର ଯାଇଥିଲି, ୩ଟି ସିସିଟିଭି ଫୁଟେଜ ଅଛି । କିନ୍ତୁ ଗୋଟେ ଫୁଟେଜ ଭାଇରାଲ୍ ହେଉଛି । ଆଉ ଦୁଇଟା ଲୁଚେଇକି କାହାକୁ ସୁରକ୍ଷା ଦିଆଯାଉଛି ବୋଲି ଇପ୍‌ସିତା କହିଛନ୍ତି । ଏହି ଫୁଟେଜ ସାମ୍ନାକୁ ଆଣିବା ପାଇଁ ଦାବି କରିଛି ବିଜେଡି । ମୃତଦେହକୁ ଲୁଚେଇକି ନେବା ପାଇଁ ଚେଷ୍ଟା କରିଥିଲେ । ଆମେ ଧାରଣାରେ ବସିଥିଲୁ କିନ୍ତୁ ମୃତ୍ୟୁ ପରେ ଲୁଚେଇ ନେଇଗଲେ । ପୋଷ୍ଟମର୍ଟମ କରୁନଥିଲେ ।  ଆମେ ବାଧ୍ୟ କଲା ପରେ କଲେ, ପୁରୀ ନେବା ପାଇଁ ନିଷ୍ପତ୍ତି କରିଥିଲେ ଆମେ ପ୍ରତିବାଦ କରିଥିଲୁ ବାଲେଶ୍ୱର ନେଲେ । ସେ ଆତ୍ମହତ୍ୟା କରିନି ତାକୁ ମାରିଦେଇଛନ୍ତି ବୋଲି ବିଜେଡି କହିଛି । ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି । ଫାଷ୍ଟଟ୍ରାକ୍ କୋର୍ଟ କରି ନ୍ୟାୟ ଦିଅନ୍ତୁ ।  ସେ ଝିଅ ପାଖରେ ପେଟ୍ରୋଲ କେଉଁଠୁ ଆସିଲା, ପେଟ୍ରୋଲ କିଏ ଦେଲା, ତାର ତଦନ୍ତ ହେଉ । କଲେଜରେ ଫାୟାର ସେଫ୍ଟି କାହିଁକି ନଥିଲା ତାର ମଧ୍ୟ ତଦନ୍ତ ହେଉ । 

You Can Read:

FM କଲେଜର ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.