ବାଲେଶ୍ୱର ୧୫/୦୭: ଏଫ୍ ଏମ୍ FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ବାଲେଶ୍ୱର ଫକୀରମୋହନ କଲେଜ ବନ୍ଦ । ଗେଟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକ । କିଏ ଆଡମିଶନ ପାଇଁ ଆସିଛନ୍ତି ତ ଅନ୍ୟ କିଏ ସିଏଲସି ନେବାପାଇଁ । ଭିତରକୁ କାହାକୁ ଛାଡୁନାହାନ୍ତି ସିକ୍ୟୁରିଟି ।
ସୂଚନା ଥାଉକି, ଗତ ୧୨ ତାରିଖରେ ଛାତ୍ରୀ ସୌମ୍ୟାଶ୍ରୀ ବିସି ମହାବିଦ୍ୟାଳୟ ଅଧ୍ୟାପକଙ୍କ ନିର୍ଯାତନା ସହିନପାରି ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲେ । ତାଙ୍କ ପାର୍ଥୀବ ଶରିର ଆଜି ଭୋଗରାଇ ଗାଁ ମାଟିରେ ପହଞ୍ଚିବା ପରେ ଶେଷକୃତ୍ୟ ମଧ୍ୟ ସମ୍ପର୍ଣ୍ଣ ହୋଇଛି । ମହାବିଦ୍ୟାଳୟରେ ଉତ୍ତେଜନା ପରିସ୍ଥିତି ସମ୍ଭାବନାକୁ ଦୃଷ୍ଟି ଦେଇ ମହାବିଦ୍ୟାଳୟ ପକ୍ଷରୁ ଆଜି ଫାଟକ ବନ୍ଦ୍ ରଖାଯାଇଛି। ବ୍ୟାପକ ପୋଲିସ ଫୋର୍ସ ଓ ସୁରକ୍ଷା କର୍ମି ମଧ୍ୟ ନିୟୋଜିତ ରହିଛନ୍ତି। ଅନ୍ୟ ପଟେ ଫାଟକ ସମ୍ମୁଖରେ ଥିବା ଛାତ୍ର ଛାତ୍ରୀ ନିଜ ଭବିଷ୍ୟତ ନେଇ ଚିନ୍ତାରେ ଅଛନ୍ତି।