ଅନୁଗୋଳ ୧୦।୮: ରେଙ୍ଗାଲି ଜଳ ଭଣ୍ଡାରରୁ ଛଡାଗଲା ବର୍ଷା ଜଳ । ଦ୍ବିତୀୟ ଥର ପାଇଁ ଖୋଲିଲା ଗେଟ୍ । ଆଗାମୀ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିଛନ୍ତି କର୍ତ୍ତୃପକ୍ଷ । ବ୍ରାହ୍ମଣୀ ତଳେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ରେଙ୍ଗାଳି ଜଳ ଭଣ୍ଡାରରୁ ଦ୍ବିତୀୟ ଥର ପାଇଁ ଛଡ଼ାଗଲା ଚଳିତ ବର୍ଷର ବର୍ଷା ଜଳ । ଚଳିତ ବର୍ଷର ଦ୍ବିତୀୟ ଥର ପାଇଁ ବର୍ଷା ଜଳ ଛଡା ଯାଇଛି । ଗୋଟିଏ ଗେଟ୍ ଦେଇ ଏହି ୭୧୫ କ୍ୟୁମେକ ଜଳ ନିଷ୍କାସନ ହେଉଛି । ରେଙ୍ଗାଲି ଜଳ ଭଣ୍ଡାରର ଜଳ ଧାରଣା କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ୧୨୧.୮୫ ମିଟର ରହିଛି । ଆଗାମୀ ଲଘୁଚାପକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେଣୁ ବ୍ରାହ୍ମଣୀ ତଳ ମୁଣ୍ଡରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି । ଗାଈ ଗୋରୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀପଠାକୁ ନ ଛାଡିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।
You Can Read:
ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି