LIVE TV

ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଦୁଇ ଜୀବନ: କ୍ଷତି ପୂରଣ ଦାବିରେ ଅଡିବସିଲେ ଲୋକେ

NEWS7
the-dmk-leader-was-a-passenger-of-the-flight-the-pilot-was-a-bjp-mp

ବଲାଙ୍ଗୀର ୦୭/୧୧: ବଲାଙ୍ଗୀରରେ ପୁଣି ଦୁର୍ଘଟଣାରେ ଗଲା ଜୀବନ । ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ନିରୀହ ଜୀବନ । ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ଭରସୂଜା ଛେଲିଆପାଟ ମନ୍ଦିର ସାମ୍ନାରେ ଘଟିଛି ଏହି ଅଘଟଣ । ଘଟଣା ସ୍ଥଳରେ ହିଁ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ। ମୃତକ ମାନେ ହେଲେ ସୁରେଶ ଓ ଚେରୁ । ଉଭୟେ ବଡ଼ଟିକା ପଞ୍ଚାୟତ ସାହାଜଛାପର ଗ୍ରାମର । ତେବେ ଦୁର୍ଘଟଣା ପରେ ସେହି ସ୍ଥାନରେ ଦେଖିବାକୁ ମିଳିଥିଲା ଉତ୍ତେଜନା ପରିସ୍ଥିତି । ​​​​​​​

ଦୁହିଁଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଲୋକେ । କ୍ଷତିପୁରଣ ଦାବି କରି ଅଡିବସିଥିଲେ ଲୋକେ । ତେବେ ଦାବି ଥିଲା ବାରମ୍ୱାର ଦୁର୍ଘଟଣା ଘଟୁଥିବା ବେଳେ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ସ୍ଥାନୀୟ ବାସିନ୍ଦା । ଏନେଇ କରକଚିଆ ଛକ ଠାରୁ ଭରସୁଜା ଯାଏଁ ସ୍ପିଡ଼ବ୍ରେକର, ଲାଇଟ ଓ ସିସିଟିଭି ଵ୍ୟଵସ୍ଥା ପାଇଁ ଦାବି କରିଛନ୍ତି। ଏହି ରାସ୍ତା ବଲାଙ୍ଗୀର ଜିଲ୍ଲା ସହ ବରଗଡ଼ , ସୋନପୁର , ବୌଦ୍ଧ ଜିଲ୍ଲା ଲୋକଙ୍କ ପାଇଁ ଛତିଶଗଡ଼ ରାଏପୁରକୁ ଯିବାକୁ ମୁଖ୍ୟ ସହଜ ରାସ୍ତା ।

ତା ସହ ଵ୍ୟଵସାୟୀ କ୍ଷେତ୍ରରେ ମଧ୍ୟ ଏହି ରାସ୍ତା ଛତିଶଗଡ଼କୁ ବେଶ ସହଯୋଗ କରୁଛି। ଏନେଇ ଭାରି ଜାନ , ଟ୍ରକ ସହ ସବୁ ବେଳେ ଗାଡି ଯାତାୟାତ ଲାଗିରହୁଛି । ଏନେଇ ଲୋକ ଏଠି ସମସ୍ୟ ସୁବିଧା ପାଇଁ ଦାବି କରିଛନ୍ତି । ତେବେ ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ପ୍ରସାସନ ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।