ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ବଢି ଚାଲିଛି ହିଂସା, ହିନ୍ଦୁ ଦମ୍ପତିଙ୍କୁ ଘରେ ଗଳା କାଟି ହତ୍ୟା

NEWS7
the-district-magistrate-visited-the-various-flooded-areas-of-baliapal-for-possible-floods

ନୂଆଦିଲ୍ଲୀ: ଶେଖ୍ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ନିର୍ଯାତନା ଚରମରେ ପହଞ୍ଚିଛି । ଲାଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି ପାଉଛି । ବାଂଲାଦେଶରେ ପୁଣି ଥରେ ଦୁଇ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ୧୯୭୧ ମୁକ୍ତିଯୋଦ୍ଧାର ସଂଗ୍ରାମୀ ଓ ତାଙ୍କ ପତ୍ନୀଙ୍କୁ ରଙ୍ଗପୁର ସ୍ଥିତ ନିଜ ଘରେ ଗଳା କାଟି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ ମୃତକ ଦୁଇ ଜଣ ହେଲେ ଯୋଗେଶ ଚନ୍ଦ୍ର ରୟ (୭୫) ଓ ତାଙ୍କ ସୁବୋର୍ଣ୍ଣା ରୟ (୬୦) । ରବିବାର ଦୁହିଁଙ୍କ ମୃତ ଦେହ ସେମାନଙ୍କ ବାସଭବନରୁ ମିଳିଥିଲା ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାଖ ପଡ଼ୋଶୀ ଓ ଘରୋଇ ସହାୟିକା ରବିବାର ସକାଳେ ଘର କବାଟ ବଡ଼ାଇଥିଲେ । ଅନେକ ପ୍ରୟାସ ସତ୍ତ୍ୱେ କୌଣସି ଉତ୍ତର ମିଳି ନଥିଲା । ଶେଷରେ ସିଡ଼ି ସାହାଯ୍ୟରେ ଛାତ ଡେଇଁ କବାଟ ଖୋଲା ଯାଇଥିଲା । ସୁବୋର୍ଣ୍ଣା ରୟଙ୍କ ମୃତ ଦେହ ରୋଷେଇ ଘରେ ପଡ଼ିଥିବା ବେଳେ ଯୋଗେଶ ଚନ୍ଦ୍ର ରୟଙ୍କ ଗଳା ଶରୀର ଖାଇବା କୋଠରିରେ ପଡ଼ିଥିଲା । ଦୁହିଁଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା ।

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ଓ ନିର୍ଯାତନାକୁ ନେଇ ଭାରତ ଲଗାତାର ଚିନ୍ତା ପ୍ରକାଶ କରିଛି । ୨୦୨୫ ଅଗଷ୍ଟରେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ସଂସଦରେ କହିଥିଲେ ଯେ ଭାରତ ଏହିପରି ଶତାଧିକ ମାମଲା ଚିହ୍ନଟ କରିଛି । ସେ କହିଥିଲେ, ଭାରତ ସରକାର ଏହି ପ୍ରସଙ୍ଗକୁ ବାଂଲାଦେଶ ସରକାରଙ୍କ ନିକଟରେ ଉଠାଇଛନ୍ତି । ଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଶୀର୍ଷ ସ୍ତରରେ ଆଲୋଚନା କରାଯାଇଛି ।

ସଂସଦରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୨୧ ପରଠୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ୩୫୮୨ଟି ମାମଲା ରହିଛି । ବାଂଲାଦେଶରେ ଏହି ସଦ୍ୟ ହତ୍ୟାକାଣ୍ଡ ପୁଣି ଥରେ ବଡ଼ ପ୍ରଶ୍ନ ଉଠାଇଛି । ବାଂଲାଦେଶ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାରେ ଲଗାତାର ବିଫଳ ହେଉଛି ।