ତ୍ୟାଗ, ସମର୍ପଣର ପ୍ରତୀକ...କେବଳ ଫୁଲ ନୁହେଁ ଗୋଲାପରୁ ଆରମ୍ଭ ହୁଏ ପ୍ରେମର ସଂଜ୍ଞା

Published By : Prameya-News7 Bureau | February 07, 2025 IST

ମୁମ୍ଵାଇ ୦୭।୦୨; ଆରମ୍ଭ ହେଲା ପ୍ରେମ ଅର୍ଥାତ୍‌ ଭାଲେଣ୍ଟାଇନସ୍‌ର ସପ୍ତାହ । ୭ ଦିନର ଏହି ଯାତ୍ରା ପ୍ରେମୀ ଯୁଗଳ ଭିତରେ ଭରିଦେବ ନୂଆ ଉତ୍ସାହ । ସମ୍ପର୍କର ମିଠାପଣରେ ଯୋଡ଼ି ହେବ ଆଉ ଏକ ବର୍ଷ । ଫେବ୍ରୁଆରୀ ୭ ଗୋଲାପ ଦିବସରୁ ପ୍ରେମର ଯାତ୍ରା ଆରମ୍ଭ ହୋଇ ଫେବ୍ରୁଆରୀ ୧୪ ଭାଲେଣ୍ଟାଇନସ୍‌ ଦିବସରେ ଶେଷ ହେବ । ପ୍ରତିଟି ଦିନ ହେବ ସ୍ମରଣୀୟ । ଗୋଲାପ ପାଖୁଡ଼ା ପରି ପ୍ରେମ ହେବ ସତେଜ..

ଆଜି ହେଉଛି  ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ଗୋଲାପ ଦିବସ। ବା ରୋଜ ଡେ । ପ୍ରେମିକ ପ୍ରେମିକାମାନେ ଏହି ଦିନଟିକୁ  ବର୍ଷସାରା ଅପେକ୍ଷା କରି ରହିଥାଆନ୍ତି। ଆଜି ରୋଜ୍ ଡେରେ ପରସ୍ପରକୁ ଗୋଲାପ ଦେଇ ନିଜ ମନର ଭାବନାକୁ ପରି ପ୍ରକାଶ କରି ଥଆନ୍ତି ପ୍ରେମି ଯୁଗଳ। ନିଜ ହୃଦୟରେ ଥିବା ପ୍ରେମକୁ ପ୍ରକାଶ ପାଇଁ ଗୋଲାପ ସବୁଠୁ ଭଲ ମାଧ୍ୟମ ବୋଲି ଧରାଯାଉଥିବା ବେଳେ ଗୋଲାପ ଦିବସ ଅବସରରେ ଏହାକୁ ଅଧିକ ଗୁରୁତ୍ଵ ବଢାଇଯାଇଥାଏ । ଲାଲ୍ ଗୋଲାପକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ । 

ପ୍ରେମ ସପ୍ତାହରେ ଲାଲ୍ ଗୋଲାପର ଚାହିଦା ସବୁଠାରୁ ଅଧିକ ଥାଏ । ଗୋଲାପର ରକ୍ତମ ପାଖୁଡା ପରି ପ୍ରେମର ଗଭୀରତା ସେମିତି ଚମୁକୁଥାଉ ବୋଲି ପ୍ରେମୀଯୁଗଳ ଏହି ଦିନକୁ ପରସ୍ପରକୁ ପ୍ରତିଶୃତି ଦେଇଥାଆନ୍ତି । ଗ୍ରୀକ ପୁରାଣ ଅନୁସାରେ ପ୍ରେମର ଦେବୀ ଭେନସ୍ ଗୋଲାପ ଫୁଲକୁ ଖୁବ୍ ପସନ୍ଦ କରନ୍ତି। ଏହି ଦିନ ଗୋଲାପ ଫୁଲଟିଏ ପରି ସାଥୂଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାଆନ୍ତି ପ୍ରେମୀ ଯୁଗଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.