LIVE TV

ମହାପ୍ରଭୁଙ୍କ ଶରଣ ପଶିଲେ ଜୟ ଢୋଲକିଆ, କହିଲେ ଜଗନ୍ନାଥଙ୍କ ଲାଗି ସବୁ ସମ୍ଭବ

NEWS7
the-chief-minister-paid-a-salary-of-3-months

ଭୁବନେଶ୍ୱର ୧୫/୧୧: ନୂଆପଡ଼ା ଉପନିର୍ବାଚନରେ ବିଜେପି ବିପୁଳ ସଂଖ୍ୟାରେ ଭୋଟ ହାତେଇଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ହାତେଇଛନ୍ତି ନୂଆପଡ଼ା ଗଡ । ତେବେ ବିଜୟ ହାସଲ ପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି ଜୟ ଢୋଲକିଆ । ପରିବାର ସହ ବିଜେପିର ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମା ଲକ୍ଷ୍ମୀ, ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଜୟ ଢୋଲକିଆ ପହଞ୍ଚିବା ପରେ ସେବାୟତ ଓ ବିଜେପିର ନେତା ଏବଂ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଜୟ ଢୋଲକିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଏ ମହାପ୍ରଭୁଙ୍କ ଆଶୀର୍ବାଦରୁ ଏତେ ବଡ଼ ବିଜୟ ହାସଲ କରିପାରିଛୁ । ନୂଆପଡ଼ା ବାସୀଙ୍କ ର ହେଉଛି ଏହି ବିଜୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ, ବିଜେପିର ସମସ୍ତ ନେତା ଓ କର୍ମକର୍ତ୍ତାଙ୍କ ଯୋଗୁଁ ଏହି ବିଜୟ ହୋଇଛି । ବାପା ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ମହାପ୍ରଭୁ ମତେ ଶକ୍ତି ପ୍ରଦାନ କରନ୍ତୁ ସେନେଇ ପ୍ରାର୍ଥନା କରିଛି । ଜୟ ଢୋଲକିଆ ଙ୍କ ଦର୍ଶନ ସମୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ସାମିଲ୍ ଥିଲେ।