ପାକିସ୍ତାନ ଉପରେ ଭୟଙ୍କର ଆକ୍ରମଣ କଲା ଆଫଗାନିସ୍ତାନ: କହିଲା, ଏୟାର ଷ୍ଟ୍ରାଇକର ଦେଲୁ ଜବାବ

NEWS7
the-chief-minister-launched-the-new-version-of-the-odia-barnabodha

କାବୁଲ: ପୁଣି ଆରମ୍ଭ ହେଲା ପାକିସ୍ତାନ ଆଫଗାନିସ୍ତାନ ଯୁଦ୍ଧ। ପାକିସ୍ତାନର ଏୟାର ଷ୍ଟ୍ରାଇକ୍ର ଜବାବ ଦେଇ ଆଫଗାନିସ୍ତାନ ପାକିସ୍ତାନ ସୀମା ପୋଷ୍ଟ ଗୁଡ଼ିକ ଉପରେ ଆକ୍ରମଣ କରିଛି। ଏନେଇ ତାଲିବାନ ସରକାର ସୂଚନା ଦେଇଛନ୍ତି।ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦଙ୍କ ଅନୁସାରେ, ବିବାଦୀୟ ଡୁରାଣ୍ଡ ରେଖାରେ "ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ ହୋଇଛି। ଏହା ପାକିସ୍ତାନ ସେନାର ଉତ୍ତେଜନାମୂଳକ ପଦକ୍ଷେପ ଯୋଗୁ ଏହି ଆକ୍ରମଣ କରାଯାଇଛି ବୋଲି ଜବିହୁଲ୍ଲା କହିଛନ୍ତି।

ଜାବିହୁଲ୍ଲାହ ମୁଜାହିଦ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି “ପାକିସ୍ତାନୀ ସାମରିକ ଗୋଷ୍ଠୀ ଦ୍ୱାରା ବାରମ୍ବାର ଉତ୍ତେଜନା ଏବଂ ଉଲ୍ଲଂଘନର ଜବାବରେ, ଡୁରାଣ୍ଡ ରେଖାରେ ପାକିସ୍ତାନୀ ସାମରିକ ସ୍ଥାନ ଏବଂ ପ୍ରତିଷ୍ଠାନ ବିରୁଦ୍ଧରେ ବଡ଼ ଧରଣର ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରାଯାଇଛି।”ଆଫଗାନିସ୍ତାନର ଏହି ଆକ୍ରମଣ ପରେ ପାକିସ୍ତାନ ବି ଚୁପ୍ ବସିବ ନାହିଁ। ପୁଣିଥରେ ଦୁଇ ପଡ଼ୋଶୀ ମଧ୍ୟରେ ଏକ ସାଂଘାତିକ ଆକ୍ରମଣ ହୋଇପାରେ।

ଏପଟେ ଭାରତ ସହିତ ସମ୍ପର୍କ ସେତେଟା ତିକ୍ତ ନଥିବାରୁ କଥା ଅଲଗା ଦିଗକୁ ବି ଯାଇପାରେ। ସେପଟେ ଯୁଦ୍ଧ ଘନେଇଲେ ବଲୋଚିସ୍ତାନ ଆର୍ମୀ ମଧ୍ୟ ପାକିସ୍ତାନ ଉପରେ କରିପାରେ କଡ଼ା ପ୍ରହାର। ତାଲିବାନର ୨୦୧ ଖାଲିଦ ବିନ୍ ୱାଲିଦ କର୍ପସର ମୁଖପାତ୍ର କହିଛନ୍ତି ଯେ ଆଫଗାନ ସୀମାନ୍ତ ବାହିନୀ ପାକିସ୍ତାନ ସୀମାନ୍ତବର୍ତ୍ତୀ ପୂର୍ବ ପ୍ରଦେଶଗୁଡ଼ିକରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି।
ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନୀ ବିମାନ ଆକ୍ରମଣର ସିଧାସଳଖ ଜବାବ ବୋଲି ସେ କହିଛନ୍ତି। ମୃତାହତ କିମ୍ବା ମୁକାବିଲାର ପରିମାଣ ସମ୍ପର୍କରେ ବିବରଣୀ ଅସ୍ପଷ୍ଟ ଥିବାବେଳେ ମାମଲା ଗମ୍ଭୀର ରୂପ ନେବାର ସଂକେତ ମିଳୁଛି।