ଦିଲ୍ଲୀ : ଟ୍ରାଫିକ୍ ଜାମ୍ ଦିଲ୍ଲୀର ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ। ଜାମ୍ କେବଳ ଦିଲ୍ଲୀରେ ନୁହେଁ ବରଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ର ଅନେକ ସହରରେ ମଧ୍ୟ ଏକ ସମସ୍ୟା। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏବେ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ତାଙ୍କର ସରକାର ଦିଲ୍ଲୀରୁ ନେଇ ଗୁରୁଗ୍ରାମ ଯାଏ ଟନେଲ ରାସ୍ତା ତିଆରି କରିବାର ଯୋଜନା ଉପରେ କାମ କରୁଛନ୍ତି। ଖୁବ୍ ଶୀଘ୍ର ଏହାର କାମର ଆରମ୍ଭ ହୋଇପାରେ।
ନିତିନ ଗଡକରୀ କହିଛନ୍ତି ଯେ, ଏହି ସଡ଼କ ଦିଲ୍ଲୀରୁ ନେଇ ଗୁରୁଗ୍ରାମ ପର୍ଯ୍ୟନ୍ତ ଯିବ। ସରକାର ଏହି ଯୋଜନା ଏଥିପାଇଁ ଆଣୁଛନ୍ତି , କାରଣ ଦିଲ୍ଲୀରୁ ଗୁରୁଗ୍ରାମ୍ ଯାଏ ଯାତାୟାତରେ ବହୁତ ସମୟ ନଷ୍ଟ ହୋଇଥାଏ। ଗଡକରୀ କହିଛନ୍ତି ଯେ, ଏହି ଟନେଲ୍ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରୁ ନେଇ ଗୁରୁଗ୍ରାମ୍ ଯାଏ ନିର୍ମିତ ହେବ। ଏଥିରେ ଯାତ୍ରୀଙ୍କର ଖୁବ୍ ସମୟ ବଞ୍ଚିଯିବ।
ଏହି ବହୁ ପ୍ରତୀକ୍ଷିତ ଯୋଜନାକୁ ନେଇ ସୂଚନା ଦେଇ ନିତିନ ଗଡ଼କରୀ କହିଛନ୍ତି ଯେ, ଦିଲ୍ଲୀରୁ ଗୁରୁଗ୍ରାମ୍ ଯାଏ ଟନେଲ୍ ରୋଡ୍ ତିଆରି ହେବା ପରେ ଯାତ୍ରାରେ ବିତୁଥିବା ବହୁତ ସମୟ ବଞ୍ଚିଯିବ। ଗଡ଼କରୀ କହିଛନ୍ତି ଯେ, ଏବେ ଦିଲ୍ଲୀରୁ ଗୁରୁଗ୍ରାମ ଯାଏ ଯିବା ପାଇଁ ୧ଘଣ୍ଟାର ସମୟ ଲାଗିବ , କିନ୍ତୁ ଏହି ଟନେଲ୍ ନିର୍ମିତ ହୋଇଯିବା ପରେ ଉଭୟଙ୍କ ମଧ୍ୟରେ ଦୂରତା ୧୫ମିନିଟ୍ରେ ସ୍ଥିର କରାଯାଇ ପାରିବ।
ଦିଲ୍ଲୀରୁ ଗୁରୁଗ୍ରାମ ମଧ୍ୟରେ ଟନେଲ ରାସ୍ତା ନିର୍ମାଣ ଯୋଜନା ଉପରେ ନିତିନ ଗଡ଼କରୀ କହିଛନ୍ତି, ଆମେ ଏକ ଏମିତି ସୁଡ଼ଙ୍ଗ ତିଆରି କରିବାର ଯୋଜନା ଉପରେ କାମ କରୁଛେ, ଯାହା ଦିଲ୍ଲାର ତାଲକଟୋରା ଷ୍ଟାଡିୟମରୁ ଆରମ୍ଭ ହୋଇ ଗୁରୁଗ୍ରାମ୍ ଯାଏ ଯିବ। ସେ କହିଛନ୍ତି ଯେ ଏହି ଯୋଜନାକୁ ନେଇ ଅଧ୍ୟୟନ ଆରମ୍ଭ ହୋଇ ଯାଇଛି। ଗଡକରୀ କହିଛନ୍ତି ଯେ, ପରିବହନ ମନ୍ତ୍ରଣାଳୟ ପାଖରେ ଦିଲ୍ଲୀ ପାଇଁ ୩୦-୪୦ ହଜାର କୋଟି ଟଙ୍କାର ବଜେଟ୍ ଅଛି। ସେ କହିଛନ୍ତି ,ଏହି ଟନେଲକୁ ତିଆରି କରିବାର ଉଦ୍ଦେଶ୍ୟ ଯାତ୍ରାରେ ଲାଗୁଥିବା ସମୟକୁ ହ୍ରାସ କରିବା ଓ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ କମ୍ କରିବା। ଏହା ବ୍ୟତୀତ ଦିଲ୍ଲୀରୁ ବାୟୁ ପ୍ରଦୁଷଣକୁ କମ୍ କରିବାକୁ ମଧ୍ୟ ପ୍ରୟାସ କରାଯାଉଛି।